କଙ୍ଗାରୁ କୋର୍ଟ : ମୋବାଇଲ୍ ଚୋରି ଅଭିଯୋଗରେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

Published By : Prameya-News7 Bureau | November 03, 2020 IST

ଜଳେଶ୍ବର ୩।୧୧: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ହାଟରେ କଙ୍ଗାରୁ କୋର୍ଟ । ମାଛ ହାଟରୁ ମୋବାଇଲ ଚୋରି କରୁଥିବା ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ ।

ସୂଚନାଯୋଗ୍ୟ ଯେ, କିଛି ମାସ ଧରି ସିମୁଳିଆ ବଜାରରୁ ମୋବାଇଲ ଚୋରି ହୋଇଆସୁଥିଲା । ମଙ୍ଗଳବାର ମାଛ ମାର୍କେଟରୁ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି କରୁଥିବା ବେଳେ ଜଣେ ନାବାଳକ ଧରା ପଡ଼ିଥିଲା । ଏ ଖବର ପାଇ କିଛି ଲୋକ ରୁଣ୍ଡ ହୋଇ ନାବାଳକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ନାବାଳକଙ୍କୁ ପୋଲିସକୁ ହସ୍ତାନ୍ତର ନକରି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ । ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.