Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ନାବାଳକକୁ କଟୁରୀରେ ଆକ୍ରମଣ ଅଭିଯୋଗ :ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଆକ୍ରମଣ

2/06/2019 at 8:37 AM

ବାଲେଶ୍ବର ୨/୬: ନାବାଳକକୁ କଟୁରୀରେ ଆକ୍ରମଣ ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ମାଣତ୍ରୀ ଗାଁରେ ଏହି ଘଟଣାଟି ଘଟିଛି। । ବାଇଧର ମଳିକଙ୍କ ପୁଅ ପରମାନନ୍ଦ ଗତକାଲି ରାତିରେ ସାଙ୍ଗମାନଙ୍କ ସହ ବିଲକୁ ଶୌଚ  ହେବା ପାଇଁ ଯାଇଥିବା ବେଳେ ପଡ଼ୋଶୀ ଯୁବକ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆହତ ପରମାନନ୍ଦଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ସୋର ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଇଛି।

   Related Posts