Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମୋବାଇଲ୍ ଛଡାଇ ନେଲେ ବାପା, ରାଗିଯାଇ ୧୩ବର୍ଷର ପୁଅ କଲା ଆତ୍ମହତ୍ୟା

13/10/2021 at 4:48 PM

କୋରାପୁଟ ୧୩।୧୦: କୋରାପୁଟରେ ଅଭାବନୀୟ ଘଟଣା । ମୋବାଇଲ ଛଡ଼ାଇ ନେବାରୁ ବାଳକର  ଆତ୍ମହତ୍ୟା ।  କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ଛଡ଼ାଇ ନେବାରୁ ଉତ୍‌କ୍ଷିପ୍ତ ହୋଇ ୧୩ବର୍ଷର ପୁଅ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ବାଳକଙ୍କ ନାଁ ବି. ମନୋହର ।

ସୂଚନାଯୋଗ୍ୟ ଯେ, ମନୋହର ମୋବାଇଲରେ ଖେଳୁଥିଲା । ଏହା ଦେଖି ବାପା ବି. ଶ୍ରୀନିବାସ ତାକୁ ତାଗିଦ କରିବା ସହ ମୋବାଇଲଟିକୁ ଛଡ଼ାଇ ନେଇଥିଲେ । ଏଥିରେ ରାଗିଯାଇ ମନୋହର ଘର ଭିତରେ ପଶି ଯାଇଥିଲା । ଭିତରପଟୁ କବାଟ ବନ୍ଦ କରି ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲା । ପରିବାର ଲୋକେ ଏହା ଦେଖିବା ପରେ ଥାନାକୁ ଜଣାଇଥିଲେ । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଏସଆଇ ସୁଦର୍ଶନ ଅଧିକାରୀ କହିଛନ୍ତି ।

   Related Posts