ନାବାଳକର କାରନାମା… କେବେ ଜିଲ୍ଲାପାଳ ଏବେ ଏସ୍‌ପି, ଫେସବୁକ୍‌ର ଫେକ୍ ମାଷ୍ଟର

Published By : Prameya-News7 Bureau | January 10, 2020 IST

ସମ୍ବଲପୁର ୧୦।୧: ସମ୍ବଲପୁର ଏସପି କନୱର ବିଶାଲ ସିଂଙ୍କ ନାଁରେ ଫେକ୍‌ ଫେସବୁକ୍‌ ଆକାଉଣ୍ଟ ଖୋଲି, ବିଭିନ୍ନ ବ୍ୟବସାୟୀ ଓ ଠିକାଦାରଙ୍କୁ ଧମକ ଦେଇ ଅର୍ଥ ହଡପ ଅଭିଯୋଗରେ ନାବାଳକ ଗିରଫ । ଲାପଟପ୍‌ ଓ ମୋବାଇଲ୍‌ ଜବତ ।

{"id":209405,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳର ଜଣେ ନାବାଳକ ଗତ ୪ ତାରିଖରେ ଏସପିଙ୍କ ନାମରେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲା । ବିଭିନ୍ନ ବ୍ୟବସାୟୀ, ଠିକାଦାର, ନାମିଦାମୀ ଲୋକଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ସହ, ସେମାନଙ୍କ ସହ ମେସେଞ୍ଜର ମାଧ୍ୟମରେ ଚାଟିଂ କରୁଥିଲା। ଏହି ସମୟରେ ବ୍ୟବସାୟୀ ଓ ଠିକାଦାରଙ୍କୁ ଲାପ୍‌ଟପ, ମୋବାଇଲ୍‌ ଫୋନ୍‌ ଓ ନଗଦ ଟଙ୍କା ଦେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଥିଲା ।

{"id":209406,"sizeSlug":"large"}

ଏସପି କନୱର ବିଶାଲ ସିଂ ଏହି ନକଲି ଫେସ୍‌ବୁକ୍‌ ଆଇଡି ସଂପର୍କରେ ଖବର ପାଇବା ପରେ, ଟାଉନ୍‌ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ୪ ଜଣିଆ ଏସଆଇଟି ଗଠନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ନାବାଳକର ମୋବାଇଲ୍‌ ଫୋନକୁ ଟ୍ରାକ୍‌ କରି, ତାକୁ ଗିରଫ କରିବା ପରେ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା ।

{"id":209407,"sizeSlug":"large"}

ଜଣେ ବ୍ୟବସାୟୀଙ୍କଠାରୁ ବରଗଡ ବରପାଲୀରେ ଏହି ଠକ ଜଣକ ଅନ୍ୟଜଣେ ବ୍ୟକ୍ତିଙ୍କ ମାଧ୍ୟମରେ, ଗୋଟିଏ ଡେଲ୍‌ ଲାପଟପ୍‌ ନେଇଥିବା ପୋଲିସ ସୂଚନା ପାଇବା ପରେ, ଲାପ୍‌ଟପକୁ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଲାପଟପ୍‌ ନେଇଥିବା ତୃତୀୟ ବ୍ୟକ୍ତିକୁ ପୋଲିସ ଖୋଜୁଛି । ଖୁବ୍‌ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି।

{"id":209408,"sizeSlug":"large"}

ପୂର୍ବରୁ ସଂପୃକ୍ତ ନାବାଳକ ଜଣକ ଗତ ଅକ୍ଟୋବର ମାସରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ୍‌ ଫେସବୁକ୍‌ ଆଇଡି ଖୋଲି ଏଭଳି ଚାନ୍ଦା ଆଦାୟ ଅଭିଯୋଗ ରହିଥିଲା । ଏ ସଂପର୍କରେ କେବଳ ଟାଉନ୍‌ ଥାନାରେ ନାବାଳକ ବିରୋଧରେ ତିନୋଟି ମାମଲା ରହିଥିବା ବେଳେ ତାକୁ ଗିରଫ କରିଛି ଓ ଆଜି ଜୁଭେନାଇଲ୍‌ କୋର୍ଟରେ ହାଜର କରାଇବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.