ଗାଡ଼ି ଗ୍ୟାରେଜରେ ପଶି ଚୋରି କରୁଥିବା ବେଳେ ନାବାଳକ ଗିରଫ

Published By : Prameya-News7 Bureau | September 09, 2019 IST

କଟକ ୯/୯: ମୋଟର ଗ୍ୟାରେଜରେ ପଶି ଚୋରି କରୁଥିବାବେଳେ ଜଣେ ନାବାଳକକୁ ଧରିଛନ୍ତି ସ୍ଥାନୀୟ ଲୋକମାନେ। କଟକ ବାଦାମବାଡି ନିକଟସ୍ଥ ଏଲ ଆଇ ସି କଲୋନି ନିକଟରେ ଏଭଳି ଏକ ଘଟଣା ଘଟିଛି।

ଚୋରି କରୁଥିବା କଥାକୁ ସ୍ବୀକାର କରିଛି ଅଭିଯୁକ୍ତ। ଗ୍ୟାରେଜ ମାଲିକ ଏବଂ କିଛି ସ୍ଥାନୀୟ ଲୋକମାନେ ପଚରା ଉଚୁରା କଲାପରେ ଅଭିଯୁକ୍ତକୁ ପୁଲିସ ଜିମା ଦେଇଛନ୍ତି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.