Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନାବାଳକ ଚାଳକଙ୍କୁ ୨୫ ହଜାର ଟଙ୍କା ଫାଇନ୍, ନଥିଲା ଇନ୍‌ସ୍ୟୁରାନ୍ସ କି ପଲ୍ୟୁସନ୍ ସାର୍ଟିଫିକେଟ୍

2/02/2021 at 12:35 PM

ପୁରୀ ୨।୨: ବାଇକ୍ ଚଲାଇ ଫସିଲେ ନାବାଳକ । ଗାଡ଼ି ଚଳାଇ ଯାଉଥିବା ବେଳେ ପୁରୀ ଡ଼ାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡ଼ିଛନ୍ତି ନାବାଳକ । ଏନେଇ ଟ୍ରାଫିକ୍ ପୋଲିସ ଆରଟିଓଙ୍କୁ ଜଣାଇବା ପରେ ଆରଟିଓ ବିଭାଗର ଟ୍ରାଫିକ୍ ଏଏସଆଇ ଉକ୍ତ ନାବାଳକଙ୍କଠାରୁ ଓଆର୦୨ବିକ୍ୟୁ୭୧୮୮ ନମ୍ବର ବିଶିଷ୍ଟ ବାଇକ୍ ଜବତ କରିଥିଲେ ।

ନାବାଳକ ଜଣଙ୍କ ଗାଡ଼ି ଚଳାଇବା ନେଇ ୨୫ ହଜାର ଟଙ୍କା ଫାଇନ୍ କଟାଯାଇଥିବା ବେଳେ ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଯୋଗୁଁ ୧୦ ହଜାର, ଇନ୍ସ୍ୟୁରାନ୍ସ ନଥିବା ଯୋଗୁଁ ୨ ହଜାର ଟଙ୍କା ଫାଇନ୍ କଟାଯାଇଛି। ମୋଟ୍ ୩୭ ହଜାର ଟଙ୍କା କୋର୍ଟରେ ଡ଼ିପୋଜିଟ୍ କଲେ ନାବାଳକଙ୍କ ଅଭିଭାବକ ଉକ୍ତ ବାଇକ୍ ଆରଟିଓ ଠାରୁ ପାଇପାରିବେ ବୋଲି କହିଛନ୍ତି ଟ୍ରାଫିକ୍ ଆଇଆଇସି ଗୋକୁଳ ରଂଜନ ଦାସ ।

ଅନ୍ୟପଟେ ନାବାଳକଙ୍କ ନାଁ ଆରଟିଓ ଡ଼ାଟାବେସ୍ ସିଷ୍ଟମରେ ଏଣ୍ଟ୍ରି ହୋଇଥିବା ବେଳେ ୧୮ ବର୍ଷ ବଦଳରେ ୨୫ ବର୍ଷ ବୟସ ଯାଏଁ ତାକୁ ଡ଼ିଏଲ ମିଳିପାରିବ ନାହିଁ ବୋଲି ଟ୍ରାଫିକ୍ ଅଧିକାରୀ କହିଛନ୍ତି ।

   Related Posts