‘ତାଣ୍ଡବ’ ୱେବ୍ ସିରିଜ୍କୁ ନେଇ ବିଭିନ୍ନ ସ୍ଥାନରେ ତାଣ୍ଡବ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
18/01/2021 at 5:04 PM

ମୁମ୍ବାଇ ୧୮/୦୧ : ସୈଫ ଅଲି ଖାନଙ୍କ ୱେବ ସିରିଜ ‘ତାଣ୍ଡବ’କୁ ନେଇ ତାଣ୍ଡବ ଆରମ୍ଭ ହୋଇଯାଇଛି। ଫିଲ୍ମକୁ ନେଇ ଓଟିଟିରେ ଦିଆଯାଉଥିବା ଆପତ୍ତିଜନକ କମେଣ୍ଟକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଲର୍ଟ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏ ସମ୍ବନ୍ଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କୌଣସି ନିଷ୍ପତ୍ତି ନେଇପାରେ। ୱେବ ସିରିଜକୁ ନେଇ ଉଠୁଥିବା ବିବାଦକୁ ନେଇ ଆଜି ମନ୍ତ୍ରାଳୟର ବୈଠକ ହୋଇଛି। ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ଯେ, ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ଫିଲ୍ମ ବା କଣ୍ଟେଣ୍ଟକୁ ନେଇ ସେଲ୍ଫ ରେଗୁଲେସନ୍ କୋଡ୍ ପ୍ରସ୍ତୁତ କରନ୍ତୁ। ଯଦି ପ୍ଲାଟଫର୍ମ ନିଜେ କୋଡ଼ ପ୍ରସ୍ତୁତ ନ କରନ୍ତି ତାହେଲେ ସରକାର ନିଜେ କୋଡ୍ ତିଆରି କରିବାକୁ ବିଚାର କରିବେ।
ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ କିଛି ଦାୟିତ୍ୱ ମଧ୍ୟ ନିହିତ। କ୍ରିଏଟିଭ୍ ଫ୍ରିଡମ୍ ନାଁରେ ଆଇନ୍ ବ୍ୟବସ୍ଥାକୁ ବିଗାଡିବାକୁ ଅନୁମତି ଦିଆଯିବ ନାହିଁ। ମନ୍ତ୍ରାଳୟ ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଯଦି ଏହିସବୁ ଫିଲ୍ମ ବଡ ପରଦାରେ ରିଲିଜ ହୋଇଥାନ୍ତା ତାହେଲେ CBFC ଓ Cable TV Regulation Act ର କଣ୍ଟେଣ୍ଟ ଗାଇଡଲାଇନ ପାଳନ କରିବାକୁ ପଡିଥାନ୍ତା।
ଟ୍ୱିଟରରେ ବିବାଦ ହେବାପରେ ଏବଂ ରାମ କଦମଙ୍କ ଟ୍ୱିଟ୍ ପରେ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜବଡେକରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ତାଣ୍ଡବ ୱେବ ସିରିଜ ଉପରେ ରୋକ ଲଗାଇବାକୁ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଦୃଢ ଆଇନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଭାରତୀୟ ଜନତା ପାର୍ଟିର ଅନେକ ନେତା ଆରୋପ ଲଗାଇଛନ୍ତି ଯେ ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଛି। ଏହି ପ୍ରସଙ୍ଗରେ ମୁମ୍ବାଇରେ ବିଜେପି ତରଫରୁ ରାମ କଦମଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରିବାକୁ କୁହାଯାଇଛି। ରବିବାର ଦିନ ରାମ କଦମ ଟ୍ୱିଟ କରିଥିଲେ ଯେ ସୋମବାର ଦିନ ମୁମ୍ବାଇରେ ଆମାଜନ ବିରୋଧରେ ମାମଲା ରୁଜ୍ଜୁ ହେବ ଏବଂ ବିରୋଧ ପ୍ରଦର୍ଶନ କରାଯିବ।