ସ୍ୱାଧୀନତା ଦିବସ ପାଳନ ଲାଗି ଜାରି ହେଲା ଗୃହ ମନ୍ତ୍ରାଳୟଙ୍କ ଆଡଭାଇଜରି

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୭: କରୋନା ଭାଇରସ ମହାମାରୀ ସଂକଟ ସତ୍ତ୍ୱେ ଦେଶରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଆଡଭାଇଜରୀ ଜାରି କରିଛନ୍ତି। ଚଳିତବର୍ଷ ସ୍ୱାଧୀନତା ଦିବସ ଉତ୍ସବ ଅତ୍ୟନ୍ତ ସତର୍କତାର ସହ ପାଳନ କରାଯିବ। ତେବେ ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବାକୁ ଥିବା ବେଳେ ରାଷ୍ଟ୍ରପତି ଭବନ କାର୍ଯ୍ୟକ୍ରମ ନିୟମାନୁସାରେ ପାଳିତ ହେବ ବୋଲି ମନ୍ତ୍ରାଳୟଙ୍କ ମାର୍ଗଦର୍ଶନରୁ ଜଣାପଡିଛି।

{"id":304862,"width":579,"height":324,"sizeSlug":"large"}

ମାନିବାକୁ ହେବ ଏହି ସବୁ ନିୟମ
ଜାତୀୟ ଉତ୍ସବ ପାଳନ ଲାଗି ଲୋକଙ୍କ ସମବେତ  ହେବା ନେଇ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ। ସେହିପରି ସୋସିଆଲ ଡିଷ୍ଟାନସିଂ ସମେତ ଫେସ୍ ମାସ୍କ ଓ ସାନିଟାଇଜର ବ୍ୟବହାର ମଧ୍ୟ ଜରୁରି ହେବ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସର୍ବତ୍ର ସ୍ୱାଧୀନତା ଦିବସ ପାଳିତ ହେବ। ତେବେ ଏଥିଲାଗି କୋଭିଡ-୧୯ ନିୟମ ପାଳନ ପୂର୍ବକ ବିନା ଜନସମାବେଶରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରପର୍ଯ୍ୟନ୍ତ ସ୍ୱାଧୀନତା ଦିବସ ପାଳନ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ଆଡଭାଇଜରିରେ ନିର୍ଦ୍ଦେଶ ଦେଇଛନ୍ତି।

{"id":304863,"sizeSlug":"large"}

ଭିଭିଆଇପି ଅତିଥିଙ୍କ ଲାଗି ହେବ ନାହିଁ ବ୍ୟବସ୍ଥା
ସେହିପରି ଜାତୀୟ ସମାରୋହରେ ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବେ। ତେବେ ପ୍ରାଚୀର ଉପରେ ଭିଭିଆଇପିଙ୍କ ଲାଗି ହେଉଥିବା ବ୍ୟବସ୍ଥା ଚଳିତବର୍ଷ ହେବନି। ସେହିପରି ସବୁ ବର୍ଷ ଭଳି ଚଳିତବର୍ଷ ଅଧିକ ସଂଖ୍ୟକ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସ୍ଥଳକୁ ଛଡାଯିବ ନାହିଁ। ଅନ୍ୟପକ୍ଷରେ ଜାତୀୟ ଦିବସ କାର୍ଯ୍ୟକ୍ରମକୁ ପ୍ରଥମ ଥର କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରିତ ହେବେ।

{"id":304864,"width":577,"height":323,"sizeSlug":"large"}

ଆମନ୍ତ୍ରିତ ହେବେ କରୋନା ଯୋଦ୍ଧା
ଲାଲକିଲ୍ଲା ସ୍ୱାଧୀନତା ଦିବସ ସମାରୋହକୁ ୧୫ଶହ କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଜଣାପଡିଛି। ସେହିପରି ଯେଉଁମାନେ କରୋନା ସହ ଲଢି ସୁସ୍ଥ ହୋଇ ଫେରିଛନ୍ତି ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ଲାଗି ଉତ୍ସବ ସ୍ଥଳକୁ ନିମନ୍ତ୍ରିତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଆଡଭାଇଜରିରୁ  ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.