Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଦେଶରେ ଜାନୁୟାରୀ ୩୧ ଯାଏଁ ବଢିଲା କୋଭିଡ୍-୧୯ ଗାଇଡଲାଇନ୍, କଣ୍ଟେନମେଣ୍ଟ ଜୋନ୍‌ରେ ନିୟମ କଡାକଡି ପାଳନ ପାଇଁ ନିର୍ଦେଶ

28/12/2020 at 9:33 PM

ନୂଆଦିଲ୍ଲୀ ୨୮/୧୨ : କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡଲାଇନ୍‌କୁ ୩୧ ଜାନୁୟାରୀ ୨୦୨୧ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ପ୍ରକ୍ରିୟାକୁ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରାଳୟ କହିଛି ଯେ, ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ପୂର୍ବଭଳି କଣ୍ଟେନମେଣ୍ଟ୍ ଜାରି ରହିବ । ଏହି ସବୁ ଅଞ୍ଚଳରେ କୋଭିଡ୍-୧୯ ଗାଇଡଲାଇନ୍ କଡା ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି ।

ବର୍ତ୍ତମାନ ଦେଶରେ କରୋନା ଗ୍ରାଫ୍ ଖସୁଥିବା ଦେଖାଯାଉଛି । ଖାସ କରି ବ୍ରିଟେନ୍‌ରେ ଯେଉଁଭଳି ଭାବେ କରୋନାର ନୂଆ ରୂପ ଦେଖିବାକୁ ମିଳୁଛି ତାହା ନିହାତି ଭାବେ ଚିନ୍ତାଜନକ । ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଲକ୍ଷ ୮୨ ହଜାର ୬୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଗତ ମାସେ ହେଲା ଦୈନିତ ସଂକ୍ରମଣ ଠାରୁ ସୁସ୍ଥ ହାର ଅଧିକ ରହୁଥିବା ଲକ୍ଷ କରାଯାଇଛି ।

ବର୍ତ୍ତମାନ ଦେଶରେ ୨ ଲକ୍ଷ ୭୭ ହଜାର ୩୦୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦେଶରେ ମୋଟ କରୋନା ସଂକ୍ରମଣର ୨.୭୨ ପ୍ରତିଶତ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ୨୪ ଘଣ୍ଟା ମଧ୍ୟରେ ୨୧୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯୭ ରହିଛି ଯାହାକି ବିଶ୍ବର ଆକ୍ରାନ୍ତଙ୍କ ତୁଳନାରେ କମ । ସାରା ବିଶ୍ବରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୧୪୯ ରହିଛି ।

   Related Posts