Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୀରତ୍ୱ ପୁରସ୍କାର ଘୋଷଣା କଲେ ଗୃହ ମନ୍ତ୍ରାଳୟ, ଟପ୍ ୩ରେ ଜାମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶ ପୋଲିସ

14/08/2020 at 12:49 PM

ନୂଆଦିଲ୍ଲୀ ୧୪/୦୮ : ସ୍ୱାଧୀନତା ଦିବସ ଅବସରରେ ଗୃହ ମନ୍ତ୍ରାଳୟ ପୁରସ୍କାର ପାଇବାକୁଥିବା ପୋଲିସକର୍ମୀଙ୍କ ତାଲିକା ଜାରି କରିଛନ୍ତି | ୨୧୫ ପୋଲିସକର୍ମୀଙ୍କୁ ବୀରତ୍ୱ ପାଇଁ ପୋଲିସ ପଦକ, ୮୦ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୬୩୧ ପୋଲିସ ପଦକ ଦିଆଯିବ |

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ୨୩ ପୋଲିସକର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ, ୬ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୭୩ ଜଣଙ୍କୁ ପୋଲିସ ପଦକ ଦିଆଯିବ | ମହାରାଷ୍ଟ୍ରର ୧୪ ଜଣଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ, ୫ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୩୯ ଜଣଙ୍କୁ ପୋଲିସ ପଦକ ଦିଆଯିବ |

ଜାମ୍ମୁ କାଶ୍ମୀର ପୋଲିସର ୯୪ ଯବାନଙ୍କୁ ପୁରସ୍କାର ଦିଆଯିବ | ଉତ୍ତର ପ୍ରଦେଶର ୧୦୨ ଯବାନଙ୍କୁ ସମ୍ମାନିତ କରାଯିବ | ଗୃହ ମନ୍ତ୍ରାଳୟ ଜାରି କରିଥିବା ଏହି ତାଲିକାରେ ଆନ୍ଧ୍ରପ୍ରଦେଶର ୧୬, ଅରୁଣାଚଳ ପ୍ରଦେଶର ୪, ଆସାମର ୨୧, ଛତିଶଗଡ଼ର ୧୪, ଗୋଆର ଜଣେ, ଗୁଜରାଟର ୧୯, ହରିୟାଣାର ୧୨, ହିମାଚଳ ପ୍ରଦେଶର ୪, ଝାରଖଣ୍ଡର ୨୪, କର୍ଣ୍ଣାଟକର ୧୯, କେରଳର ୬, ମଧ୍ୟ ପ୍ରଦେଶର ୨୦ ଯବାନଙ୍କୁ ସମ୍ମାନିତ କରାଯିବ | ମହାରାଷ୍ଟ୍ରରୁ ୫୮, ମଣିପୁରର ୭, ମିଜୋରାମର ୩, ନାଗାଲାଣ୍ଡର ୨, ଓଡିଶାର ୧୪, ପଞ୍ଜାବର ୧୫, ରାଜସ୍ଥାନ ୧୮, ଶିକ୍କିମର ୨, ତାମିଲନାଡୁର ୨୩, ତେଲେଙ୍ଗାନାର ୧୪, ତ୍ରିପୁରାର ୬, ଉତ୍ତରାଖଣ୍ଡର ୪, ପଶ୍ଚିମବଙ୍ଗର ୨୧ ଯବାନଙ୍କୁ ବିଭିନ୍ନ ଶ୍ରେଣୀଭୁକ୍ତ ବୀରତ୍ୱ ପୁରସ୍କାର ଦିଆଯିବ |

ଗୃହ ମନ୍ତ୍ରଣାଳୟ କହିଛି ଯେ ପାରାମିଲିଟାରୀ ଫୋର୍ସ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ବର୍ଗରେ ଆସାମ ରାଇଫଲ୍ସରୁ ୧୦, ବିଏସଏଫର ୫୨, ସିଆଇଏସଏଫର ୨୫, ସିଆରପିଏଫର ୧୧୩, ଆଇଟିବିପିର ୧୪, ଏନଏସଜିର ୪, ଏସଏସବିର ୧୨, ଆଇବିର ୩୬, ସିବିଆଇର ୩୨, ଏସପିଜିର ୫, ଏନଡିଆରଏଫର ୫, ଆରପିଏଫର ୧୬ ଜଣଙ୍କୁ ସମ୍ମାନିତ କରାଯିବ |

   Related Posts