ଆମେ ହେବୁ ଶକ୍ତିଶାଳୀ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ, ବ୍ୟାନ୍‌ ହେଲା ୧୦୧ ସାମରିକ ଉପକରଣ ଆମଦାନୀ

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୧୦ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏଣିକି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ଆତ୍ମନିର୍ଭର ଦିଗରେ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ହୋଇଛି । ଆତ୍ମନିର୍ଭର ଭାରତ ମିଶନ ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ଜୋର ଦେବ । ବିଦେଶରୁ ଆମଦାନୀ ହେଉଥିବା ୧୦୧ଟି ସାମଗ୍ରୀ ଉପରେ କଟକଣା ଲାଗିବ । ଫଳରେ ଭାରତୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଇପାରିବ । ଏନେଇ ଟ୍ୱିଟ୍‌ ଯୋଗେ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

wp:html /wp:html

ପ୍ରତିରକ୍ଷା ବିଭାଗ ୧୦୧ ଟି ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛି । ଯାହା ଭାରତରେ ପ୍ରସ୍ତୁତ ହେବ । ଏହା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ । ଭାରତରେ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ୧୦୧ଟି ସାମଗ୍ରୀ ଭିତରେ ରହିଛି ଆର୍ଟିଲେରୀ ଗନ୍, ଆସଲ୍ଟ ରାଇଫଲ, ସୋନାର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ରାଡାର୍, ସଶସ୍ତ୍ର ଯୁଦ୍ଧ ଯାନ , ଭଳି ଅନେକ ସାମଗ୍ରୀ । ପ୍ରତିରକ୍ଷା ବିଭାଗର ଏହି ବଡ ଘୋଷଣା ଭାରତୀୟ ଡିଫେନ୍ସ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବ । ଯୁଦ୍ଧ ଉପକରଣ ଏବଂ ଗୁଳିଗୋଳା ଭାରତରେ ଉତ୍ପାଦନ କରାଯିବା ନେଇ ଆର୍ମଫୋର୍ସ, ସରକାରୀ ଏବଂ ଘରୋଇ କମ୍ପାନୀ ସହ ଆଲୋଚନା କରାଯାଇଥିବା ରାଜନାଥ ସୂଚନା ଦେଇଛନ୍ତି  ।

{"id":311942,"sizeSlug":"large"}

୨୬୦ଟି ସ୍କିମ୍ ରେ ଆସନ୍ତା ୭ବର୍ଷ ଭିତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଲାଗି ଘରୋଇ କମ୍ପାନୀକୁ ୪ଲକ୍ଷ କୋଟିର କଣ୍ଟ୍ରାକ୍ଟ ଦିଆଯିବ । ଏଭିତରୁ ଆର୍ମି ଲାଗି ୧ଲକ୍ଷ ୩୦ହଜାର କୋଟି ଏବଂ ଏୟାରଫୋର୍ସ ଲାଗି ୧ଲକ୍ଷ ୪୦ହଜାର କୋଟି ଟଙ୍କାର ରକ୍ଷା ସାମଗ୍ରୀ ଉତ୍ପାଦିତ ହେବ । ଚଳିତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବିଭାଗ ୫୨ହଜାର କୋଟିର ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରିଛି ।

{"id":311943,"sizeSlug":"large"}
{"id":311944,"width":580,"height":619,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.