Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମନ୍ତ୍ରାଳୟ ପାଖରେ ନାହିଁ ‘ଆରୋଗ୍ୟ ସେତୁ’ ଆପ୍‌ ତଥ୍ୟ, ନୋଟିସ୍‌ ଜାରି କଲେ CIC

28/10/2020 at 4:41 PM

ନୂଆଦିଲ୍ଲୀ ୨୮/୧୦: କରୋନା ବେଳର ସଙ୍କଟମୋଚକ ‘ଆରୋଗ୍ୟ ସେତୁ’କୁ ନେଇ ବିବାଦ ଦେଖାଦେଇଛି। ‘ଆରୋଗ୍ୟ ସେତୁ’ କିଏ ତିଆରି କରିଛି ଏନେଇ ଖୋଦ ମନ୍ତ୍ରାଳୟ ପାଖ​‌ରେ ଖବର ନାହିଁ। ସରକାରୀ ଓ୍ବେବସାଇଟ୍‌ ଡିଜାଇନ୍‌ କରୁଥିବା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି) ‘ଆରୋଗ୍ୟ ସେତୁ’ ଆପ୍‌ କିଏ ଓ କେମିତି ତିଆରି କରିଛି ସେନେଇ କୌଣସି ତଥ୍ୟ ଦେଇପାରିନାହିଁ। ତେବେ ଏନେଇ ମୁଖ୍ୟ ସୂଚନା ଆ​‌ୟୋଗ ଏନଆଇସି ଉପରେ ଖପ୍ପା ଥିବା ଜଣାପଡ଼ିଛି। ତେଣୁ ଏନଆଇସି ଓ ବିଭିନ୍ନ ମୁଖ୍ୟ ସୁଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସିଆଇସି ।

କାରଣ ଦର୍ଶାଅ ନୋଟିସ୍‌ ଜାରି କରି ମଗାଯାଇଥିବା କୋଭିଡ ୧୯ ଟ୍ରେସିଂ ସମ୍ପର୍କିତ ଆରଟିଆଇର ଉତ୍ତର ଦେବାକୁ କୁହାଯାଇଥିଲା। ତେବେ ଏଯାଁଏ ଏହାର କୌଣସି ଉତ୍ତର ମିଳିପାରିନଥିବ ସିଆଇସି କହିଛନ୍ତି। ତେବେ ଏହି ଆପ୍‌ ସମ୍ପର୍କରେ ଜାଣିବାକୁ ସୌରଭ  ଦାସ ନାମକ ଜଣେ ବ୍ୟକ୍ତି ଏନଆଇସି, ଇ ଗଭର୍ଣ୍ଣାସ୍‌ ଡିଭିଜନ ଓ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟରେ ଆବେଦନ କରିଥିଲେ। କିଏ ଏହି ଆପ୍‌ ତିଆରି କରିଛି ଏବଂ ଏହାକୁ ବିଭିନ୍ନ ସ୍ଥାନରେ ନିତ୍ୟାନ୍ତ ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛି ସେ ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହିଁଥିଲେ ସୌରଭ। ତେବେ ଏବେ ସୁଦ୍ଧା ତାଙ୍କ ଆବେଦନର ଏନଆଇସି କି ମନ୍ତ୍ରାଳୟ କେହି ଜବାବ ଦେଇନଥିବା ଜଣାପଡ଼ିଛି।

ଅନ୍ୟପେଟ ଓ୍ବେବସାଇଟ୍‌ରେ ଆପ୍‌ର ନାଁ ବ୍ୟତୀତ ଆଉ କିଛି ବିବରଣୀ ନଥିବା ନେଇ ମଧ୍ୟ ଏନଆଇସିକୁ ଜବାବ ମାଗିଛି ମୁଖ୍ୟ ସୂଚନା ଆୟୋଗ। ଏହାସହ ଯଦି ସରକାରଙ୍କ ପାଖରେ ଏହି ଆପ୍‌ ନେଇ କୌଣସି ତଥ୍ୟ ନାହିଁ ତେବେ ଏହି ଆପ୍‌ .gov ଡୋମେନ୍‌ ନେମ୍‌ କିପରି ବ୍ୟବହାର କଲା ବୋଲି ଲିଖିତ ଆକାରରେ ଜଣାଇବାକୁ ସିପିଆଇଓ ଓ ଏନଆଇସିକୁ ନିର୍ଦେଶ ଦେଇଛନ୍ତି ସୂଚନା କମିଶନର ଭଞ୍ଜ ଏନ ଶରଣ ।

ଅନ୍ୟ ଏକ ଦିଗକୁ ଧ୍ୟାନ ଦେଲେ ଏହି ଆପ୍‌ ଲୋକଙ୍କ ଡାଟା ଚୋରି କରୁଛି କି ନାହିଁ ତାହା ଉପରେ ମଧ୍ୟ କାହାର ନଜର ନାହିଁ। ତେବେ ଆପ୍‌ ସରକାରୀ ତଥ୍ୟ ପାଉଛି କେମିତି, ତାହା ମଧ୍ୟ ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ ଆପ୍‌ରେ ସୁରକ୍ଷାକୁ ନେଇ ରାହୁଲ ଗାନ୍ଧୀ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ। ସରକାର ଡାଟା ହେରଫେର କରୁଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ଏହାକୁ ସେତେବେଳେ ଖଣ୍ଡନ କରିଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।

   Related Posts