ନୂଆଦିଲ୍ଲୀ ୨୪।୫: କେନ୍ଦ୍ର ସରକାର ମୋଟର ଭେଇକିଲ ସମ୍ପର୍କିତ ଡକ୍ୟୁମେଣ୍ଟ ଠିକ୍ କରିବା ଲାଗି ଅବଧି ବୃଦ୍ଧି କରିଛନ୍ତି। କେନ୍ଦ୍ର ଭୂ ପୃଷ୍ଠ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରବିବାର ଏହି ସୂଚନା ଦେଇଛନ୍ତି। ଯାନବାହନ ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତି ନିମନ୍ତେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମୟ ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରାଳୟଙ୍କ ସୂଚନା ଅନୁଯାୟୀ ୧ ଫେବୃଆରୀ ୨୦୨୦ ପରେ ଯଦି ବାହନର କାଗଜପତ୍ର ସମ୍ପର୍କିତ ପ୍ରକ୍ରିୟା ପୂରଣ ହୋଇନଥିଲେ ଏଥିଲାଗି ପେନାଲ୍ଟି ଅଥବା ଲେଟ୍ ଫି ଦେବାକୁ ପଡିବ ନାହିଁ।
{"id":275465,"sizeSlug":"large"}ଏ ନେଇ ଜାରି ଅଧିକାରୀକ ବୟାନ ଅନୁସାରେ ଉପୁଜିଥିବା ପରିସ୍ଥିତିରେ ଯଦି କୌଣସି ବାହନ ମାଲିକ ତାଙ୍କ ବାହନର କାଗଜପତ୍ର ନବିକରଣ କରିନାହାନ୍ତି ତେବେ ଜୁଲାଇ ୩୧ ତାରିଖ ପୂର୍ବରୁ କରାଇ ନିଅନ୍ତୁ। ଏଥିଲାଗି ସେମାନଙ୍କଠାରୁ ଲେଟ୍ ଫି ଆଦାୟ କରାଯିବନି। ଏହା ପୂର୍ବରୁ ମନ୍ତ୍ରାଳୟ ୩୦ ମାର୍ଚ୍ଚ ୨୦୨୦କୁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ଦେଶରେ କରୋନା ଲକଡାଉନ ଯୋଗୁ ଯାନବାହନ କାଗଜପତ୍ର ହୋଇପାରି ନାହିଁ। ଏମୁ ବାହନ ଚାଳକ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ କାଗଜାତ ଜୁଲାଇ ୩୧ ପୂର୍ବରୁ କରାଇ ନେବାକୁ କୁହାଯାଇଛି।