ସରିଲା ଡେଡ୍ ଲାଇନ, ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ଦେଲେ ମନ୍ତ୍ରୀ

Published By : Prameya-News7 Bureau | July 06, 2019 IST

ଭୁବନେଶ୍ୱର ୬।୭: ମୁଖ୍ୟମନ୍ତ୍ରୀଙ୍କ ଡେଡଲାଇନ ଅନୁସାରେ କାମ କରିଛନ୍ତି ମନ୍ତ୍ରୀ । ତାର ପ୍ରମାଣ ହେଉଛି ଶନିବାର ବିଭିନ୍ନ ବିଭାଗର ମନ୍ତ୍ରୀ ସେମାନଙ୍କର ମାସିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଣୁ ମାସିକିଆ କାମ ଶେଷରେ ବେଶ ଆସ୍ୱସ୍ତ ହୋଇଛନ୍ତି ବିଭାଗୀୟ ମନ୍ତ୍ରୀମାନେ। ଏବେ ମୁଖ୍ୟମନ୍ତ୍ରୀ ସେ ସବୁ ରିପୋର୍ଟ ତର୍ଜମା କରିବେ । ମୁଖ୍ୟମନ୍ତ୍ରୀଙ୍କ ତର୍ଜମା ପରେ ଜଣାପଡିବ ଚତୁର୍ଥ ପାଳିରେ ମନ୍ତ୍ରୀମାନଙ୍କର ଦକ୍ଷତା।

ନୂଆ ସରକାରର ମନ୍ତ୍ରୀ ମାନଙ୍କୁ ନିଜ ନିଜ ବିଭାଗର ମାସକ ଭିତରେ କ’ଣ କାମ ହୋଇଛି ଓ ଆଗକୁ କ’ଣ ଯୋଜନା ଅଛି ସେନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ  ଗତମାସରେ ନିର୍ଦେଶ ଦେଇଥିଲେ । ଏଥିପାଇଁ ମନ୍ତ୍ରୀମାନଙ୍କୁ ଜୁଲାଇ ୭ ତାରିଖ ସୁଦ୍ଧା ସେମାନଙ୍କ ବିଭାଗୱାରୀ ତର୍ଜମା ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଟେବୁଲ ରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଅନୁସାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପାଣିଗ୍ରାହି ଓ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ  ରଘୁନନ୍ଦନ ଦାଶଙ୍କ ସମେତ ଅନେକ ମନ୍ତ୍ରୀ ସେମାନଙ୍କ ବିଭାଗୀୟ ରିପୋର୍ଟ ଦାଖଲ କରିସାରିଲେଣି। ନିର୍ବାଚନ ଇସ୍ତାହାର ଅନୁସାରେ କାମ କରିବାକୁ ବିଭାଗର କ’ଣ ଯୋଜନା ଅଛି  ସେନେଇ ମଧ୍ୟ ରିପୋର୍ଟ ଦିଆଯାଇଛି ବୋଲି ମନ୍ତ୍ରୀମାନେ କହିଛନ୍ତି । ସୋମବାର ଠାରୁ ମୁଖ୍ୟମନ୍ତ୍ରୀ ବିଭାଗୱାରୀ ରିପୋର୍ଟ ତର୍ଜମା କରିବେ  ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.