Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆକ୍ସନ ମୋଡରେ ମନ୍ତ୍ରୀ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଲୋକଙ୍କ ସହ ଆରମ୍ଭ ହେଲା କଥାବାର୍ତ୍ତା, ସତ ନା ମିଛ? ବିରୋଧୀ କଲେ ପ୍ରଶ୍ନ

16/08/2019 at 9:58 PM

ଭୁବନେଶ୍ବର ୧୬।୮: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଗୋଟିଏ ଦିନ ପୁରିନି ମନ୍ତ୍ରୀମାନେ କାମ ଆରମ୍ଭ କରିଛନ୍ତି   ମେଡିକାଲ ଏବଂ ଥାନାରେ ଲୋକେ ଠିକ ସେବା ପାଉଛନ୍ତି କି ନାହିଁ  ନିଜେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନେ ଲୋକଙ୍କ ସହ କଥା ହେବେ ବୋଲି ସ୍ବାଧୀନତା ଦିବସରେ କହିଥିଲେ ନବୀନ । ଏଭଳି ଘୋଷଣା କରୁକରୁ ମନ୍ତ୍ରୀ ମା​‌ନେ ଏହା ପାଳନ କରିଛନ୍ତି ସତ,  କିନ୍ତୁ ମନ୍ତ୍ରୀ ମାନେ କାହା ସହ କଥା ହେଲେ ତାହାର ତାଲିକା ନାହିଁ କି କିଛି ପ୍ରମାଣ ନାହିଁ । କିନ୍ତୁ ମନ୍ତ୍ରୀ ଦାବି କରୁଛନ୍ତି  ସେମାନେ କଥା ହୋଇଛନ୍ତି  ….

ଆକ୍ସନ ମୋଡରେ ମନ୍ତ୍ରୀ। ଫୋନ କରି ବୁଝିଛନ୍ତି ଲୋକଙ୍କ କଥା । ଲୋକେ ବିଭିନ୍ନ କାର୍ଯ୍ୟାଳୟରୁ ସଠିକ୍ ସେବା ପାଉଛନ୍ତି କି ନା, ସଂପୃକ୍ତ ବିଭାଗ ଓ ଅଫିସରମାନେ ସେମାନଙ୍କ କଥା ବୁଝୁଛନ୍ତି କି ନାଁ, ତାଙ୍କୁ କିଭଳି ବ୍ୟବହାର ଦେଖାଇଲେ ସେନେଇ ଲୋକଙ୍କୁ ପଚାରିଛନ୍ତି । ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଲୋକେ ଯେପରି କାର୍ଯ୍ୟାଳୟ ଗୁଡିକରେ ସଠିକ୍ ସେବା ପାଇବେ ସେନେଇ ନିଜେ ମନ୍ତ୍ରୀମାନେ ଓ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍ କରି ବୁଝିବେ । ସୂଚନା ଅନୁସାରେ ସ୍ବାସ୍ଥ୍ୟ, ଗଣଶିକ୍ଷା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଭିନ୍ନ ଲୋକଙ୍କ ସହ କଥା ହୋଇଥିବା​‌ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସେମାନେ କେମିତି ମାନିଲେ ତାର କିଛି ପ୍ରମାଣ ନାହିଁ । କେଉଁ ବ୍ଲକ, କେଉଁ ପଞ୍ଚାୟତର ଓ କେଉଁ ଗାଁର ଲୋକଙ୍କ ସହିତ ମନ୍ତ୍ରୀମାନେ କଥାହେଲେ ତାର ତାଲିକା ଦେଇନାହାନ୍ତି । ମନ କି ବାତ୍‌ରେ ପ୍ରଧାନ ମନ୍ତ୍ରୀ କାହା ସହିତ କଥା ହେଉଛନ୍ତି ତାଙ୍କର ନାଁ ଠିକଣା କହୁଛନ୍ତି । ହେଲେ ମନ୍ତ୍ରୀ ମାନେ କାହାକୁ ଫୋନ୍ କରି କଥା ହେଲେ ସେ ଲୋକଙ୍କ ନାଁ ଜାଣି ନାହାନ୍ତି କି ଜଣାଉ ନାହାନ୍ତି  । ଯାହାକୁ ନେଇ ବିରୋଧୀ କହିଛନ୍ତି ଲୋକଙ୍କ ଦେଖାଇବାକୁ ଏପରି ଡ୍ରାମା ଚାଲିଛି ।

ରାଜ୍ୟର ଶାସନ ବ୍ୟବସ୍ଥାକୁ ଲୋକଭିମୂଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେବା ସହ ମନ୍ତ୍ରୀମାନଙ୍କୁ ଅନେକ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମନ୍ତ୍ରୀମାନେ ଏହାକୁ କେମିତି କାମରେ ଲଗାଇଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।

   Related Posts