Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନାଗରିକତା ସଂଶୋଧନ ବିଲ୍ ବିରୋଧୀ ହିଂସାକାଣ୍ଡ, ବର୍ତ୍ତିଲାନି ମନ୍ତ୍ରୀ ଓ ନେତାଙ୍କ ଘର

12/12/2019 at 10:09 AM

ନୂଆଦିଲ୍ଲୀ ୧୨।୧: ନାଗରିକତା ସଂଶୋଧନ ବିଲ୍ କୁ ବିରୋଧ କରି ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଅନେକ ସଂଗଠନ ଏହାକୁ ବିରେଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲିଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ଡିବ୍ରୁଗଡ ଜିଲ୍ଲା ଦୁଲିଆଜନ ସ୍ଥିତ ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ରାମେଶ୍ବର ତେଲି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ସେ ଡିବ୍ରୁଗଡରୁ ପ୍ରତିନିଧିତ୍ବ କରୁଛନ୍ତି ।

ଏହା ପୂର୍ବରୁ ଆନ୍ଦୋଳନକାରୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ମଧ୍ୟ ପଥର ଫିଙ୍ଗିଥିଲେ । ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ବିଜେପି ନେତା ସୁବାଷ ଦତ୍ତଙ୍କ ଘର ଉପରକୁ ମଧ୍ୟ ବିଲ୍ ବିରୋଧୀ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ ।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସାମର ଗୌହାଟୀ, ତିନସୁକିଆ, ଡିବ୍ରୁଗଡ ଏବଂ ଜୋରାତ ଜିଲ୍ଲାରେ ଅତିରିକ୍ତ ସେନା ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ୍ ଗତ ୯ତାରିଖରେ ଲୋକସଭାରେ ପାସ୍ ହୋଇଥିବା ବେଳେ ଗତକାଲି ରାଜ୍ୟସଭାରେ ପାସ୍ ହୋଇଛି ।

   Related Posts