ଆଜିଠୁ ଅଫିସରେ କାର୍ଯ୍ୟ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀ, ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପ୍ରସ୍ତୁତ ହେବ ଯୋଜନା

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ, ୧୩|୦୪:  ସୋମବାରଠାରୁ ସମସ୍ତ୍ର କେନ୍ଦ୍ରମନ୍ତ୍ରୀ ଓ ଯୁଗ୍ମ ସଚିବ କିମ୍ବା ଏହାଠୁ ଉର୍ଧ୍ୱ ରାଙ୍କର ଅଧିକାରୀ ମନ୍ତ୍ରାଳୟର କାର୍ଯ୍ୟାଳୟରେ କାମ ଆରମ୍ଭ କରିଛନ୍ତି । ପୂର୍ବରୁ ଲକଡାଉନ ଓ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଅଧିକାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଉଥିଲା । ତେବେ ଗତ ଶୁକ୍ରବାର ଦିନ ବିଭିନ୍ନ ମନ୍ତ୍ରାଳୟ ତରଫରୁ ଅଧିକାରୀ ଓ ମନ୍ତ୍ରୀଙ୍କୁ ସୋମବାରଠାରୁ ଅଫିସ କାର୍ଯ୍ୟାଳୟରେ ଯୋଗ ଦେବାକୁ କୁହାଯାଇଥିଲା ।ଏକ ତୃତୀୟାଂଶ ଅଧିକାରୀ କିପରି ଯୋଗଦେବେ ତାହା ଉପରେ ମଧ୍ୟ ନଜର ରଖାଯାଇଛି ।

ଆଜି ଏହି ରାଙ୍କର ଅଧିକାରୀ ବିଭାଗୀୟ ଅଫିସରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଅଫିସରେ ପ୍ରବେଶରେ ପୂର୍ବରୁ ଅଧିକାରୀଙ୍କ ସ୍କ୍ରିନିଂ କରାଯାଉଛି ।

{"id":253331,"width":747,"height":480,"sizeSlug":"large"}

କରୋନା ଭାଇରସ ପାଇଁ ଲକଡାଉନରେ ଦେଶର ଅର୍ଥନୀତି ଧିମେଇ ଯାଇଛି । ଏହାକୁ ଗତିଶୀଳ କରିବା ପାଇଁ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଲକଡାଉନ ସମୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, ଗ୍ରାମ୍ୟ ବିକାଶ, କୃଷି ଆଦି ମନ୍ତ୍ରାଳୟ ସକ୍ରିୟ ଭାବେ କାମ କରୁଛନ୍ତି ।ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଧନଙ୍କ ବ୍ୟତୀତ ନରେନ୍ଦ୍ର ସିଂ ତୋମାର, ନିର୍ମଳା ସୀତାରମଣ, ଅନୁରାଗ ଠାକୁର ଆଦି କେନ୍ଦ୍ରମନ୍ତ୍ରୀ ଅଫିସରେ ହିଁ କାର୍ଯ୍ୟ କରୁଛନ୍ତି ।

ତେବେ ଆଜିଠାରୁ ସମସ୍ତ ମନ୍ତ୍ରୀ ଓ ଯୁଗ୍ମ ସଚିବ ରାଙ୍କର ଅଫିସର ମନ୍ତ୍ରାଳୟରେ କାମ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.