ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ଗଠିତ ହେଲା ମନ୍ତ୍ରୀ ସ୍ତରୀୟ କମିଟି, କମିଟିରେ ରହିଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | August 28, 2019 IST

ନୂଆଦିଲ୍ଲୀ୨୮|୮; କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ବିକାଶ ପାଇଁ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି। ଏହି କମିଟିରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଥାୱର ଚନ୍ଦ ଗେହଲଟ୍, ଜିତେନ୍ଦ୍ର ସିଂ, ନରେନ୍ଦ୍ର ସିଂ ତୋମାର ଏବଂ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି ।

ଏହି ମନ୍ତ୍ରୀ ଗୋଷ୍ଠୀ ଜାମ୍ମୁ କାଶ୍ମୀରର ବିକାଶ ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ଗୁଡିକର ସହାୟତାରେ ଯୋଜନା ପ୍ରସ୍ତୁତ କରିବେ। ବିଶେଷକରି କାଶ୍ମୀର ଯୁବକ ମାନଙ୍କର କର୍ମନିଯୁକ୍ତି ଉପରେ ଫୋକସ ରହିବ। ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏ ସଂପର୍କିତ ରିପୋର୍ଟ ଆକ୍ଟୋବର  ୩୧ ସୁଦ୍ଧା ଦାଖଲ କରିବେ ।

ସୂଚନାଯୋଗ୍ୟ ଯେ, ଜାମ୍ମୁ କାଶ୍ମୀରରୁ ସମ୍ବିଧାନର ୩୭୦ ଏବଂ ୩୫(କ) ଧାରା ଉଚ୍ଛେଦ ପରଠାରୁ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ବିକାଶ ଉପରେ ଗୁରୁତ୍ବ ଦେଇଆସୁଛନ୍ତି । ଅଗଷ୍ଟ ୪ତାରିଖରେ ଏହି ଧାର ଉଚ୍ଛେଦ ପାଇଁ ରାଜ୍ୟ ସଭାରେ ସର୍ବ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହ ବିଲ ଆଗତ କରିଥିଲେ । ସେବେଠାରୁ କାଶ୍ମୀରରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ ।

କାଶ୍ମୀର ବିକାଶ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହେବାପରେ ଜମ୍ମୁ-କାଶ୍ମୀର ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇବ ବୋଲି ଆଶା କରାୟାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.