ପାଟଣା ଗସ୍ତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାକି ଥିବା ପ୍ରକଳ୍ପର କାମ ଯଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 26, 2021 IST

ପାଟଣା ୨୬।୦୧: ପାଟଣା ଗସ୍ତରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରେ ମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ ମନ୍ତ୍ରୀ । ଏହି ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ବାକି ଥିବା ପ୍ରକଳ୍ପର କାମ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":398749,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗସ୍ତ କରିଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଗସ୍ତ ସମୟରେ  ମନ୍ତ୍ରୀ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗାଁରେ ନିର୍ମାଣାଧୀନ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼କୁ ବୁଲି ଦେଖିବା ସହ ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":398750,"sizeSlug":"large","linkDestination":"none"}

ଉକ୍ତ ଗ୍ରୀଡରୁ ପାଟଣା ନିର୍ବାଚନ ମଣ୍ଡଳୀ ର ୨୦ରୁ ଅଧିକ ପଞ୍ଚାୟତ ବାସୀ ନିରବଛିନ୍ନ ବିଦ୍ୟୁତ ସେବା ପାଇବାର ଲକ୍ଷ୍ୟ ରଖି ୧ ଶହ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥି ସହ ପାଟଣା ମୁଖ୍ୟାଳୟ କୁ ଖୁବ ଶୀଘ୍ର ଟିକିରା ଗ୍ରୀଡ଼ରୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ମନ୍ତ୍ରୀଙ୍କ ଗସ୍ତ ସମୟରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା, ଜନପ୍ରତିନିଧି ତଥା ବିଦ୍ୟୁତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.