ବଲାଙ୍ଗୀର ଗସ୍ତରେ ମନ୍ତ୍ରୀ ସମୀର ଦାସ, କୋଭିଡ ଗାଇଡ଼ଲାଇନ୍‌ର କଲେ ସମୀକ୍ଷା

Published By : Prameya-News7 Bureau | January 12, 2021 IST

ବଲାଙ୍ଗୀର ୧୨।୦୧: ବଲାଙ୍ଗୀର ଗସ୍ତରେ ମନ୍ତ୍ରୀ ସମୀର ଦାସ । ସ୍ଥାନୀୟ ପି ପି ଏକାଡେମୀ ଓ ପି ଆର ହାଇସ୍କୁଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାସ । ଏହି ଗସ୍ତ ସମୟରେ କୋଭିଡ ଗାଇଡ଼ଲାଇନ୍‌ର ସମୀକ୍ଷା କରିଛନ୍ତି ।

ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ମହାମାରୀ ସମୟରେ ସ୍କୁଲ ଖୋଲାଯାଇଛି । ସଂକ୍ରମଣ ଖୋଲିଥିଲେ ମଧ୍ୟ ଭୟ ରହିଛି । ତେଣୁ ପ୍ରତି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ କରାଯାଇଛି । ତେବେ ଏସବୁ ତଦାରଖ ପାଇଁ ବଲାଙ୍ଗିରର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସ୍କୁଲ୍ ରେ କୋଭିଡ ଗାଇଡ ଲାଇନ ନେଇ  ତଦାରଖ କରିଛନ୍ତି ।  ସ୍କୁଲ୍ ଛାତ୍ର-ଛାତ୍ରୀଙ୍କ ସହ ପାଠ ପଢା କୁ ନେଇ ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି । ସେହିପରି  ସ୍କୁଲ୍ ଆସୁନଥିବା ଛାତ୍ର ଛାତ୍ରୀଙ୍କ ପରିବାର ସହ କଥା ହେବାକୁ ଶିକ୍ଷକଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.