Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ନିଜକୁ ଘରେ କଲେ ଆଇସୋଲେଟ, ସଂକ୍ରମିତ ଡାକ୍ତରଙ୍କ ସହ ମିଶିଥିବାରୁ ଏବେ ସେଲ୍ଫ କ୍ଵାରେନଟାଇନରେ

17/03/2020 at 12:35 PM

ନୂଆଦିଲ୍ଲୀ ୧୭/୦୩ : କେନ୍ଦ୍ର ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଭି. ମୁରଲୀଧରନ ନିଜକୁ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେଟ କରିଛନ୍ତି | ସେ ଏକ କନଫରେନ୍ସରେ ଯୋଗ ଦେବାକୁ କେରଳ ଯାଇଥିଲେ | ସେଠାରେ ଜଣେ ଡାକ୍ତର କରୋନାରେ ପୀଡିତ ଥିଲେ | ମନ୍ତ୍ରୀ ପୀଡିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ | ସେଥିପାଇଁ ସେ ନିଜକୁ ଘରେ ଆଇସୋଲେଟ କରିଛନ୍ତି | ସେ କରୋନା ଟେଷ୍ଟ ମଧ୍ୟ କରାଇଛନ୍ତି | ଏପର୍ଯ୍ୟନ୍ତ ତାଙ୍କର ରିପୋର୍ଟ ଆସିନାହିଁ |

କରୋନା ସଙ୍କଟ ଧୀରେ ଧୀରେ ବଢ଼ିବାରେ ଲାଗିଛି | ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି | ଏପର୍ଯ୍ୟନ୍ତ ଦେଶରେ ୧୨୮ ଜଣ ସଂକ୍ରମିତ ହୋଇସାରିଲେଣି | ତେବେ କରୋନା ଯୋଗୁଁ ଦେଶରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି | ମୁମ୍ବାଇ ହସ୍ପିଟାଲରେ ୬୪ ବର୍ଷ ବୟସ୍କ ପୀଡିତଙ୍କ ମୃତ୍ୟୁ ହୋଇଛି | ଦେଶର ୧୫ଟି ରାଜ୍ୟକୁ କରୋନା ବ୍ୟାପି ସାରିଲାଣି | ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରରେ | ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି |

ମହାରାଷ୍ଟ୍ରରେ ଗତକାଲି ଠାରୁ ସମସ୍ତ କଲେଜ ବନ୍ଦ କରିଦିଆଯାଇଛି | ଆଗକୁ ହେବାକୁ ଥିବା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି | ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର, ସିରିଡ଼ି ସାଇ ବାବା ମନ୍ଦିର ସମେତ ଅନେକ ମନ୍ଦିର ଏବଂ ଧର୍ମସ୍ଥଳ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିଦିଆଯାଇଛି | ଦିଲ୍ଲୀରେ ଗୋଟିଏ ଜାଗାରେ ୫୦ ରୁ ଅଧିକ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି | ସମସ୍ତ ଜିମ, ନାଇଟ କ୍ଲବ, ସ୍ପା ସେଣ୍ଟରଗୁଡିକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି | 

ଖୁସି ଖବର ହେଲା କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି | ଦେଶରେ ସବୁଠାରୁ ପ୍ରଥମେ ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି | ସରକାର ଡିସ୍ଚାର୍ଜ ପଲିସୀ ମଧ୍ୟ ତିଆରି କରିଛନ୍ତି | ଏହି ପଲିସୀ ଅନୁଯାୟୀ, ୨୪ ଘଣ୍ଟାରେ ୨ଟି ନେଗେଟିଭ ସାମ୍ପଲ ପରେ ପୀଡିତଙ୍କୁ ଘରକୁ ପଠେଇ ଦିଆଯିବ |

   Related Posts