ପ୍ରବାସୀଙ୍କୁ ପହଞ୍ଚାଇବା ପାଇଁ ନିଜେ ଗାଡି ଚଲାଇଲେ ମନ୍ତ୍ରୀ ସୁଶାନ୍ତ ସିଂହ

Published By : Prameya-News7 Bureau | August 08, 2020 IST

ବରଗଡ଼ ୦୮।୦୮: କରୋନା କଟକଣା ଲାଗୁ ହେବା ପରଠାରୁ କ୍ରମାଗତ ଭାବରେ ମନ୍ତ୍ରୀ ସୁଶାନ୍ତ ସିଂ କେତେବେଳେ ଲୋକଙ୍କୁ ରିଲିଫ ପ୍ରଦାନ କରୁଛନ୍ତି ତ କେତେବେଳେ ନିଜେ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । ସେହିପରି କେତେ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରତ୍ୟକ୍ଷ ଭାବରେ ନିଜର ତତ୍ୱବାଧାନରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାର ବ୍ୟବସ୍ଥା କରିଛନ୍ତି । ପୁଣି କେତେବେଳେ ନିଜେ ଶ୍ରମିକ ମାନଙ୍କର ଡ୍ରାଇଭର ସାଜି ଶ୍ରମିକମାନଙ୍କୁ ଗନ୍ତବ୍ୟ ସ୍ଥଳ ଯାଏଁ ପହଞ୍ଚାଇଛନ୍ତି ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ସୋହେଲା ରାସ୍ତାରେ । ମନ୍ତ୍ରୀ ନିଜେ ଏକ ବସରେ ମେଳଛାମୁଣ୍ଡା ଥାନା ଅଧିନସ୍ଥ ସାଲେପାଲି ଓ ପେଟୁପାଲି TMCରୁ କିଛି ପ୍ରବାସୀମାନଙ୍କୁ ନେଇ ସୋହେଲା ଠାରେ କରାଯାଇଥିବା କ୍ଵାରନଟାଇନ ସେଣ୍ଟରରେ ଛାଡିଥିଲେ । ତେବେ ଦିନ ରାତି ନିଜର ଶାରୀରିକ ଅସୁସ୍ଥତା ସତ୍ତ୍ୱେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରୁଥିବା ମନ୍ତ୍ରୀଙ୍କ ବସ ଚଲେଇବା ଘଟଣାକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି । ମନ୍ତ୍ରୀଙ୍କର ସହିତ ସୋହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ କର , ଥାନା ଅଧିକାରୀ ଶ୍ରୀ ନିର୍ମଳ ମହାପାତ୍ର , ଶ୍ରୀ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ  ଯାଇଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.