ମନ୍ତ୍ରୀଙ୍କ ମହାନତା, ପ୍ରବାସୀ ଓଡିଆଙ୍କ ପାଇଁ ସାଜିଲେ ଡ୍ରାଇଭର

Published By : Prameya-News7 Bureau | May 07, 2020 IST

ବରଗଡ, ୦୭|୦୫:   ପ୍ରବାସୀ ଶ୍ରମିକଙ୍କ ପାଇଁ ଡ୍ରାଇଭର ସାଜିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ବର୍ତ୍ତମାନ ପରିସ୍ଥିତିରେ କୋରୋନା ଡର ପାଇଁ ପ୍ରବାସୀ ଙ୍କ ପାଖରୁ ଲୋକେ ବାଟ ଭାଙ୍ଗି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ନିଜ ଜୀବନକୁ ଖାତିର ନକରି ସିକନ୍ଦରାବାଦ ଫେରନ୍ତାଙ୍କୁ ସାହାଯ୍ୟ କରିଚନ୍ତି ସୁଶାନ୍ତ ।

 ସିକନ୍ଦରାବାଦରୁ ବୌଦ୍ଧ ଓ ସୋନପୁର ଫେରୁଥିବା ୧୨ ଜଣ ଶ୍ରମିକ ବରଗଡ଼ ଜିଲ୍ଲା ସୀମାନ୍ତ ଲୁହୁରାଚଟି ଠାରେ ପହଁଚିଥିଲେ । ଏହି ଖବର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପାଖରେ ପହଁଚିଥିଲା ।  ଖବର ପାଇ ମନ୍ତ୍ରୀ ସୁଶାନ୍ତ ସିଂ ଏକ ପିକଅପ ଭ୍ୟାନରେ ନିଜେ ଡ୍ରାଇଭର ସାଜି ସମସ୍ତଙ୍କୁ ନିଜ ନିଜ ଜିଲ୍ଲାରେ ପହଂଚାଇଥିଲେ।

ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରଖିଥିଲେ। ମନ୍ତ୍ରୀଙ୍କ ଏମିତି ସହାୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ନିଶ୍ଚୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.