Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ରାଜ୍ୟରେ ପିଏମ୍‌ଜିଏସଓ୍ବାଇ ଦୁର୍ନୀତି ଅଭିଯୋଗ : ମନ୍ତ୍ରୀ କହିଲେ ଅଭିଯୋଗ ଆସିଲେ ୭ ଦିନରେ ହେବ ତଦନ୍ତ

16/07/2019 at 11:51 AM

ଭୁବନେଶ୍ବର ୧୬|୭: ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ବିଧାନସଭାରେ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଟେଣ୍ଡର ହେଉନି ଅଥଚ ଘରେ ବସି କାମ ଫାଇନାଲ ହେଉଛି ବୋଲି ଅଭିଯୋଗ କରିଛନ୍ତି ସୁର ।

ସେପଟେ ଏ ପ୍ରସଙ୍ଗରେ ଉତ୍ତର ରଖି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, କାମର ଯାଞ୍ଚ ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୫୫ହଜାର ୬୩ କିଲୋମିଟର ରାସ୍ତା ଏହି ଯୋଜନାରେ ନିର୍ମାଣ ହୋଇଛି । ଗତ ୫ବର୍ଷରେ ୨୨ହଜାର ୩୧୮ କିଲୋମିଟର ରାସ୍ତା ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାର ରାସ୍ତାର ରକ୍ଷଣାବେକ୍ଷଣ କରୁ ନାହାନ୍ତି ସେମାନଙ୍କଠାରୁ ୧.୭୧କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ରାସ୍ତା କାମରେ ଅନିୟମିତତା ରୋକିବା ପାଇଁ ଏକ ଫୋନ୍ ନମ୍ବର ଜାରି କରାଯାଇଛି । ଲୋକେ ୯୪୩୭୦୩୪୩୨୧ ନମ୍ବରକୁ କଲ୍ କରି ଅଭିଯୋଗ ବି କରିପାରିବେ । ଅଭିଯୋଗ ଆସିଲେ ୭ ଦିନ ମଧ୍ୟରେ ତଦନ୍ତ ହେବ । ୬୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts