ଖୋର୍ଦ୍ଧା ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ
30/09/2019 at 9:17 PM

ଖୋର୍ଦ୍ଧା ୩୦।୦୯-ଖୋର୍ଦ୍ଧା ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ । ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚୁଛି ନା ନାହିଁ , ମୁଖ୍ୟମନ୍ତ୍ରୀଙ୍କ 5-T ନିର୍ଦ୍ଦେଶକୁ ସରକରାରୀ କର୍ମଚାରୀମାନେ ପାଳନ କରୁଛନ୍ତି ନା ନାହିଁ ସେସବୁର ଅନୁଧ୍ୟାନ କରିଛନ୍ତି । ଏହସହ ସେଠାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଭାଗନେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଖୋର୍ଦ୍ଧ ବ୍ଲକର ବିଡିଓ ଅନ୍ୟାନ୍ୟ କର୍ମଚାରୀ ମାନେ ଡେରିରେ ପହଞ୍ଚିଥିବାରୁ ମନ୍ତ୍ରୀ ସେମାନଙ୍କୁ ତାଗିଦ୍ କରିଥିଲେ ….
ଅବ୍ୟବସ୍ଥାରେ ଚାଲିଛି ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ । ଅଧିକାରୀ ମାନେ ଠିକ୍ ସମୟରେ ଅଫିସ ଆସୁନାହାନ୍ତି ।ଆଜି ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ ବେଳେ ଏହା ପ୍ରମାଣିତ ହୋଇଛି । ଆଜି ଜନଶୁଣାଣି ଥିଲା ।ମନ୍ତ୍ରୀ ମହୋଦୟ ବ୍ଲକରେ ୧୦ଟା୧୦ରେ ହଠାତ ପହଞ୍ଚିବା ପରେ ବ୍ଲକରେ ମାତ୍ର ୩ଜଣ କର୍ମଚାରୀ ଉପସ୍ଥିତ ଥିଲେ । ବିଡିଓଙ୍କ ସମେତ ପ୍ରାୟ ୧୦ ଜଣ କର୍ମଚାରୀ ଏକଘଣ୍ଟା ବିଳମ୍ବରେ ପହଂଚିଥିଲେ । ଯାହାକୁ ନେଇ ମନ୍ତ୍ରୀ ସେମାନଙ୍କ ଉପରେ ଖପ୍ପା ହେବାସହ ବିଡିଓଙ୍କୁ ତାଗିଦ୍ କରିଥିଲେ।ମନ୍ତ୍ରୀ ଗୋଟିଗୋଟି କରି ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ମନ୍ତ୍ରୀ ଙ୍କ ସହିତ ଖୋର୍ଦ୍ଧ ବିଧାକୟ ଜିତୁ ମିତ୍ର ଓ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଦଳେଇ ମଧ୍ୟ ଉପସ୍ଥିତ ଥିଲେ

)ବ୍ଲକ୍ ଗସ୍ତ ପରେ ମନ୍ତ୍ରୀ ଖୋର୍ଦ୍ଧ ପୌର ପରିଷଦରେ ପହଞ୍ଚିଥିଲେ ।ସେଠାରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାରୀ ତାଲିମରେ ଥିବା ହେତୁ ଅନୁପସ୍ଥିତ ଥିଲେ ।ତେବେ ଏସ୍ପି ଅଫିସ ନିକଟରେ ଡମ୍ପିଙ୍ଗୟାଡ୍ କୁ ତୁରନ୍ତ ବନ୍ଦପାଇଁ ମନ୍ତ୍ରୀ ଫୋନ୍ ଯୋଗେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କହିବା ସହ ନିଜେ ଡମ୍ପିଙ୍ଗୟାର୍ଡ ସ୍ଥାନ ବୁଲି ଦେଖିଥିଲ । ଖୁବ୍ ଶିଘ୍ର ଖୋର୍ଦ୍ଧ। ଗୁରୁଜଙ୍ଗ ଓ ମକୁନ୍ଦପ୍ରସାଦ ନିକଟରେ ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।