Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଗ୍ରୀନ୍‌ବାଡି ଆବାସିକ ବିଦ୍ୟାଳୟ ହଷ୍ଟେଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣା ; ମନ୍ତ୍ରୀ କହିଲେ ଏଥର ସବୁ ଆବାସିକ ବିଦ୍ୟାଳୟରେ ଲଗାଯିବ ସିସିଟିଭି

14/01/2019 at 12:34 PM

ଭୁବନେଶ୍ବର ୧୪|୧: କନ୍ଧମାଳ ଦାରିଙ୍ଗିବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ । ଏହି ଘଟଣାରେ ୬ କର୍ମଚାରୀଙ୍କୁ ବହିଷ୍କାର ହୋଇଥିବାବେଳେ ୪କର୍ମଚାରୀ  ନିଲମ୍ବିତ ହୋଇଛନ୍ତି । ଏହି ଘଟଣାର ଯେପରି ପୁନରାବୃତ୍ତି ନହେବା ସେ ନେଇ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ହଜାରେ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ସିସିଟିଭି ଲଗାଯିବ । ସିସିଟିଭି ଲଗାଯିବା ନେଇ ଟେଣ୍ଡର  ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା | ସନ୍ତାନ ପ୍ରସବ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହୋଇଥିଲା । ତେବେ ଉଭୟ ମାଆ ଓ ନବଜାତ ଶିଶୁକୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇତିଲା । ତେବେ ସେଠାରେ ଆଜି ନବଜାତ ଶିଶୁର ମୃତ୍ୟୁ ହୋଇଛି । ବର୍ତ୍ତମାନ ଛାତ୍ରୀ ଜଣକ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ।

ଘଟଣାର ତଦନ୍ତ ରିପୋର୍ଟ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରଶାସନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ବେଳେ, ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ୩ ମହିଳା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ୨ ମାଟ୍ରନ, ଜଣେ ଏଏନଏମ, ୨ କୁକ୍ ଙ୍କୁ ବହିଷ୍କାର କରାଯାଇଛି। ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ କଲେଜର ଏକ ଯୁକ୍ତ ୩ ଛାତ୍ରକୁ ଧରିଛି ପୋଲିସ। ଥଣ୍ଡାରେ ପୀଡିତା ଜଣକ ଶିଶୁକନ୍ୟାକୁ ଧରି ଜଙ୍ଗଲ ଭିତରେ ପଡିଥିଲେ ।

   Related Posts