ବଲାଙ୍ଗୀର୧୨/୧: ବଲାଙ୍ଗୀର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଦିନିକିଆ ଗସ୍ତରେ ଆସି ବିଭିନ୍ନ ସ୍କୁଲ ବୁଲିବା ସହ ସ୍ଥିତି ପରିଖିଛନ୍ତି। ମଙ୍ଗଳବାର ସକାଳୁ ପ୍ରଥମେ ବଲାଙ୍ଗୀର ପିପି ଏକାଡେମି ସ୍କୁଲରେ ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ଶିକ୍ଷକଙ୍କ ସହ କଥା ହୋଇଥିଲେ। ସେହିପରି ସହରର ପିଆର ହାଇସ୍କୁଲର ସ୍ଥିତି ପରିଖିଥିଲେ ମନ୍ତ୍ରୀ। ସ୍କୁଲ ଖୋଲିବା ଏବଂ ପାଠ ପଢ଼ା ସଂପର୍କରେ ପିଲାଙ୍କୁ ପଚାରି ବୁଝିଥିଲେ ମନ୍ତ୍ର।
ସେପଟେ ବିଭିନ୍ନ ସ୍କୁଲ ପରେ ସହରରେ ଥିବା ମହିଳା ମହାବିଦ୍ୟାଳୟରେ ସେ ପହଞ୍ଚିଥିଲେ।କଲେଜର ମଧ୍ୟ କରୋନା କଟକଣା ପରେ ଖୋଲିଛି। କଲେଜରେ କିପରି ପାଠ ପଢ଼ା ଚାଲିଛି, ସେ ସଂପର୍କରେ କଲେଜ କର୍ତ୍ତୁପକ୍ଷଙ୍କୁ ପଚାରି ବୁଝିଥିଲେ। ସେଠାରେ ଉପସ୍ଥିତ ଥିବା କଲେଜ ପ୍ରିନ୍ସିପାଲଙ୍କ ସହ ମନ୍ତ୍ରୀ ଆଲୋଚନ କରିଥିଲେ। ଅନ୍ୟପଟେ ଦୁଇ ଜଣ କର୍ମଚାରୀ କଲେଜରେ ଅନୁପସ୍ଥିତ ଥିଲେ। ଏମାନଙ୍କୁ ମଧ୍ୟରୁ ଜଣେ କର୍ମଚାରୀ ବିନା ନୋଟିସ୍ରେ କାହିଁକି ଉପସ୍ଥିତ ରହିଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।