ଆବଶ୍ୟକତା ଅନୁଯାଇ ଚିନି ଉତ୍ପାଦନ ହେଉନଥିବାରୁ ବାହାର ରାଜ୍ୟରୁ ଚିନି ହେଉଛି ଆମଦାନୀ : ସମବାୟ ମନ୍ତ୍ରୀ

Published By : Prameya-News7 Bureau | November 27, 2019 IST

ଭୁବନେଶ୍ବର ୨୭।୧୧: ରାଜ୍ୟରେ ୮ଟି ଚିନି କଳ ଅଛି । ସେଥିରୁ ମାତ୍ର ୨ଟି ଚାଲୁ ଅବସ୍ଥାରେ ଅଛି । ଆସିକା, ଢ଼େଙ୍କାନାଳରେ ଘରୋଇ ଉଦ୍ୟମରେ ଚିନିକଳ ଚାଲିଛି । ରାଜ୍ୟରେ ୨.୧୧ ଲକ୍ଷ ମେଟ୍ରିକ୍ ଟନ୍ ଚିନିର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁଯାଇ ଉତ୍ପାଦନ ହେଉ ନଥିବାରୁ ବାହାର ରାଜ୍ୟରୁ ଚିନି ଆମଦାନୀ ହେଉଛି । ଉନ୍ନତ ମାନର ଯନ୍ତ୍ରାଂଶ ଓ ଆଖୁ ଅଭାବରୁ ବରଗଡ ଚିନିକଳ ସ୍ଥାଣୁ ଅବସ୍ଥାରେ ରହିଛି ।

{"id":190558,"sizeSlug":"large"}

ବନ୍ଦ ଥିବା ଚିନିକଳ ଗୁଡିକର ପୁନଃଉଦ୍ଧାର ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଏକ ଘରୋଇ ସଂସ୍ଥାକୁ ସର୍ଭେ ଲାଗି ନିୟୋଜିତ କରାଯାଇଛି । ଗୃହରେ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

{"id":190559,"sizeSlug":"large"}

ସେହିପରି ଚିନି କିଲୋ ପିଛା ଉତ୍ପାଦନ ଖର୍ଚ୍ଚ ପାଖାପାଖି ୪୮ଟଙ୍କା ପଡୁଥିବା ବେଳେ ରାଜ୍ୟରେ ୩୨ ଟଙ୍କାରେ ବିକ୍ରି ହେଉଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।

{"id":190560,"sizeSlug":"large"}

ଅନ୍ୟପଟେ ଆଜି ଲୋୟର ଇନ୍ଦ୍ର ଓ ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବା ଦାବିରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ପୋଷ୍ଟର ପ୍ରଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.