ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି, ଶିକ୍ଷା ସହ ସ୍ୱାସ୍ଥ୍ୟକୁ ବି ଗୁରୁତ୍ୱ

Published By : Prameya-News7 Bureau | October 16, 2021 IST

ଭୁବନେଶ୍ୱର ୧୬।୧୦: ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। ହେଲେ କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ଆଜି DMET କହିଛନ୍ତି  । ତେଣୁ ସ୍କୁଲ ଖୋଲିବା ପୂର୍ବରୁ ଆମେ ଦେଖିବୁ ଯେମିତି ସବୁ ଶିକ୍ଷକ କରୋନା ଭାକସିନର ଡବଲ ଡୋଜ ନେଇଥିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ। ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ । ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।  

ସେପଟେ ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି ।  ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ ଖୋଲିଗଲାଣି । ତେଣୁ ଓଡିଶାରେ ପର୍ଯ୍ୟାୟ କ୍ରମେ ଖୋଲୁଛି । ଆଗକୁ ଯଦି ନିୟମ ପାଳନ ଠିକରେ ନ ହୁଏ କିମ୍ବା କିଛି ସେପରି ପରିସ୍ଥିତି ଆସେ ତେବେ ପୁଣି ସ୍କୁଲ ବନ୍ଦ କରାଯିବ।

ସେହିପରି ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରିବେ । ସ୍କୁଲ ପିଲାଙ୍କର କ’ଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ । ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବେ । ସ୍କୁଲ ପିଲାଙ୍କୁ ଟିକା ଦିଆଯାଇନାହିଁ । ଆଉ ଏବେ ସ୍କୁଲ ଖୋଲୁଛି । ତେଣୁ ବଡ଼ ଲୋକଙ୍କଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତଙ୍କୁ ସଚେତନ ହେବା ଜରୁରୀ । ସ୍କୁଲରେ ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ବୋଲି ଡିଏମଇଟି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.