ଆଉ କମିବ ନାହିଁ ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍- ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | January 05, 2021 IST

ଭୁବନେଶ୍ୱର ୦୫।୦୧ :  ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍ ଆଉ କମିବ ନାହିଁ। ସିଲାବସ୍ ପୂର୍ବରୁ ୩୦ ପ୍ରତିଶତ କମିସାରିଛି। ସିଲାବସ୍ ଆଉ କମିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସେହିପରି ବର୍ତ୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ଗୋଟିଏ ସେକ୍ସସନରେ ୨୦ରୁ ୨୫ ଜଣ ପିଲା ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ। ସାନିଟାଇଜେସନ୍ ଓ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ଗତକାଲି DEO ମାନଙ୍କ ସହ ସ୍ବତନ୍ତ୍ର ସଚିବ ବୈଠକ କରିଛନ୍ତି। ଏବଂ ପ୍ରତି ଜିଲ୍ଲାକୁ ନୋଡାଲ ଅଫିସର ଯାଇଛନ୍ତି। ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ DEOଙ୍କ ମିଳିତ ବୈଠକ ସରିଛି। ସେମାନେ ଜିଲ୍ଲାପାଳ ଓ DEOଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବେ। ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ DEO ମାନଙ୍କୁ ନିର୍ଦେଶ ଦିଆଯାଇଛି। କାରଣ ପ୍ରଥମରୁ ନବମ ଶ୍ରେଣୀ ଯାଏ କ୍ଲାସ ହେଉନି। ପୂଜା ପର୍ବ ଦିନ ତ ଛୁଟି ରହୁଛି। ରବିବାର ନ ପଢେଇଲେ, ପାଠପଢ଼ା ୧୦୦ ଦିନ ହେବନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.