ଅପ୍ରେଲ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି- ମନ୍ତ୍ରୀ ସମୀର ଦାଶ

Published By : Prameya-News7 Bureau | April 11, 2021 IST

ଭୁବନେଶ୍ୱର ୧୧।୦୪: ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବାର୍ଷିକ ପରୀକ୍ଷା ଦିଅନ୍ତୁ। ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି। କିନ୍ତୁ କରୋନା ପାଇଁ ଅପ୍ରେଲ ୩୦ ଯାଏ ପାଠ ପଢା ବନ୍ଦ ରହିଛି । ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଯାଇଛି। ସବୁ କୋର୍ସ ସରିନାହିଁ । ୩୦ ପରେ କରୋନାର ଦ୍ୱିତୀୟ ଲହରୀର ସ୍ଥିତି ଦେଖି ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହୁଏ ସେଥିଲାଗି ଏହି ପଦକ୍ଷେପ ନେଇଛି ସିବିଏସ୍ଇ।  ଆମେ ଏହାକୁ ମଧ୍ୟ ଅନୁଧ୍ୟାନ କରିବୁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, EWS କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜିକରଣ କରିନାହାନ୍ତି। ସେଥିଲାଗି ସ୍କୁଲ ପଞ୍ଜିକରଣ ଅବଧିକୁ ଏପ୍ରିଲ ୨୩ ଯାଏ ବଢ଼ାଯାଇଛି । ସେହିକ୍ରମରେ ଆର୍ଥିକ ଅନଗ୍ରସର ଵର୍ଗ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତାରିଖ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.