Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସ୍କୁଲ ଫି ଛାଡ ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ କହିଲେ-ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି

11/01/2021 at 12:41 PM

ଭୁବନେଶ୍ୱର ୧୧।୦୧: ସ୍କୁଲ ଫି ଛାଡ ପ୍ରସଙ୍ଗ । ଗତକାଲି ହାଇକୋର୍ଟଙ୍କ ରାୟ ପରେ  ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କପି ମିଳିଲେ ବିଭାଗ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆମ ପାଖରେ ପହଞ୍ଚି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନିଆଯିବ। କୋଭିଡ୍ ଯୋଗୁଁ ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିଵା ମାମଲାର ରାୟ ପ୍ରକାଶ ପାଇଛି। ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ସ୍କୁଲ ଫି ହ୍ରାସ ପାଇଁ ହୋଇଥିଵା ଏମ ଓ ୟୁ କୁ ସ୍କୁଲ ଗୁଡିକ ପାଇଁ ଲାଗୁ କରାଯାଇପାରେ। ୧୪ଟି ଵେସରକାରୀ ସ୍କୁଲ,ଗଣଶିକ୍ଷା ଵିଭାଗ ଓ ଅଭିଭାଵକ ସଙ୍ଘ ମଧ୍ୟରେ ଏହି ଏମ୍ ଓ ୟୁ ସ୍ବାକ୍ଷରିତ ହୋଇଥିଲା।

ଏମ୍ ଓ ୟୁ ଅନୁସାରେ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ଵାର୍ଷିକ ଫି ନେଉଥିବା ସ୍କୁଲ ଗୁଡିକ ୭ଦଶମିକ ୫ପ୍ରତିଶତ ଫି ହ୍ରାସ କରିପାରିବେ । ୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ପ୍ରତିଶତ ଫି ହ୍ରାସ କରିପାରିବେ,ଵାର୍ଷିକ ୨୪ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ପ୍ରତିଶତ,୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ପ୍ରତିଶତ, ୭୨ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫି’ ନେଉଥିଵା ସ୍କୁଲ ଗୁଡିକ ୨୫ପ୍ରତିଶତ ସ୍କୁଲ ଫି ହ୍ରାସ କରିଵେ। ଏକ ଲକ୍ଷରୁ ଅଧିକ ଫି’ ନେଉଥିବା ସ୍କୁଲ ୨୬ପ୍ରତିଶତ ଫି ହ୍ରାସ କରିଵେ। କିନ୍ତୁ ଏ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେଵେ ଵୋଲି କୋର୍ଟ କହିଛନ୍ତି। ଯେଉଁ ସ୍କୁଲ ଏହି ନିଷ୍ପତ୍ତି ରେ ରାଜି ନୁହଁନ୍ତି ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରନ୍ତି ଵୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

   Related Posts