Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଲକ୍‌ଡାଉନ୍‌ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍- ପରିବହନ ମନ୍ତ୍ରୀ

14/07/2021 at 1:20 PM

ଭୁବନେଶ୍ୱର ୧୪।୦୭:  ଲକ୍ ଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକ୍ ଡାଉନ୍ ର ୨ୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ବିଚାର ବିମର୍ଷ ଜାରି ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ତେବେ ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ପ୍ରାୟତଃ ବସ୍ ଚାଲୁଛି । ବାକି ୧୬ ତାରିଖ ପରେ ଲକ୍ ଡାଉନ୍ କୋହଳ ହେଲେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହାସହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ। ସେହିପରି ଟିକସ ଛାଡ଼ ଦିଗରେ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକ୍‌ଡାଉନ୍‌ ଲାଗି ବସ୍‌ ଚଳାଚଳା ଉପରେ ରୋକ ଲଗାଇଥିଲେ । ଏବେ ସଂକ୍ରମଣ ଗ୍ରାଫ୍‌ କମିବା ପରେ କିଛି ଜିଲ୍ଲାରେ ବସ୍‌ ଚଳାଚଳ ଜାରି ରହିଛି । ଖାସ୍‌ କରି A କ୍ୟାଟଗୋରୀ ଜିଲ୍ଲାରେ ବସ୍‌ ସେବା ଜାରି ରହିଛି । କିନ୍ତୁ B କାଟାଗୋରୀ ଜିଲ୍ଲାରେ ବନ୍ଦ ରହିଛି ବସ୍‌ ସେବା ।

   Related Posts