ବସ୍‌ରେ ଅଗ୍ନିକାଣ୍ଡ ଘଟଣା: ଟ୍ବିଟ୍ କରି ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | February 09, 2020 IST

ବ୍ରହ୍ମପୁର ୦୯|୦୨: ବ୍ରହ୍ମପୁରରେ ଏକ ବରଯାତ୍ରୀ ବସ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ଥିବା ପ୍ରାୟ ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାର ସୂଚନା ରହିଥିବା ବେଳେ ଏକାଧିକ ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଘଟଣାରେ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

{"id":222382,"sizeSlug":"large"}

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ ଯୋଗେ ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ଟ୍ବିଟ୍‌ରେ ଲେଖିଛନ୍ତି । ଏହାସହ କେଉଁ କାରଣରୁ ଏହି ଅଘଟଣ ଘଟିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.