ମୃତଦେହକୁ କାନ୍ଧ ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

Published By : Prameya-News7 Bureau | November 02, 2019 IST

ଆଠଗଡ ୨।୧୧: ଆଠଗଡ ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଆଠଗଡ଼ର ସମସ୍ତ ଦେକାନବଜାରକୁ ବନ୍ଦ କରାଯାଇଥିଲା। ଖବରପାଇ ମନ୍ତ୍ରୀ ମଧ୍ୟ ପହଞ୍ଚି ନଗରପାଳଙ୍କ ଶବାଧାରରେ କାନ୍ଧ ଦେଇ ତଳ ସାହି, ରଥଗଡ଼ା, ମହାମାୟା ସ୍କୁଲ, ଆଠଗଡ଼ କୋର୍ଟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଟ୍ୟାକ୍ସି ଷ୍ଟାଣ୍ଡ, ଚାନ୍ଦବାଲି ଛକ ବଜାର, ଲକ୍ଷ୍ମୀବଜାର, ଗୋପବନ୍ଧୁ ଛକ ବଜାର, ଦୁର୍ଗା ବଜାର, ଗଦା ସାହି ଆଦି ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଆଠଗଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପ୍ରମଥଙ୍କ ବିୟୋଗକୁ ନେଇ ମନ୍ତ୍ରୀଙ୍କ ସମେତ ଆଠଗଡ଼ ଉପଜିଲାପାଳ ଅମିୟ କୁମାର ସାହୁଙ୍କ ସହିତ ବହୁ ମାନ୍ୟଗଣ୍ୟ ବାର୍‌ ଆସୋସିଏସନର ସମସ୍ତ କର୍ମକର୍ତ୍ତା, ଟ୍ୟାକ୍ସି ଷ୍ଟାଣ୍ଡର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସମସ୍ତ ସାହି ଏବଂ ବିଭିନ୍ନ ଦଳୀୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.