କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜ୍ୟରେ ଧାନ ସଂଗ୍ରହ ଓ ଚାଉଳ ଉଠାଣ ସମ୍ପର୍କରେ ଚିଠିରେ ଉଲ୍ଲେଖ

Published By : Prameya-News7 Bureau | January 19, 2021 IST

ଭୁବନେଶ୍ବର ୧୯।୧: କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରାଜ୍ୟରେ ଧାନ ସଂଗ୍ରହ ଓ ଚାଉଳ ଉଠାଣ ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିଛି । ରାଜ୍ୟରେ ଜୋରସୋରରେ ଖରିଫ ଧାନକ୍ରୟ ଚାଲିଛି । ଅଧିକରୁ ଅଧିକ ଚାଷୀ ସରକାରଙ୍କୁ ଧାନ ବିକିବାକୁ ଆଗ୍ରହୀ ଅଛନ୍ତି । ଏମଏସପି ଯୋଗୁଁ ଚାଷୀ ଉପକୃତ ହେଉଛନ୍ତି ।

କୋଭିଡ୍ ସଙ୍କଟ ବେଳେ କୃଷିକ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା । ମହାମାରୀ ବେଳେ ବି ସରକାର ଧାନକିଣା ଜାରି ରଖିଥିଲେ । ସମସ୍ତ ସ୍ବଚ୍ଛତା ବଜାୟ ରଖି ଚାଷୀଙ୍କଠୁ ଧାନ କିଣା ଯାଇଛି । ଚାଷୀଙ୍କୁ ମଧ୍ୟ MSP ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟା ମଧ୍ୟରେ ୨ଟି ସମସ୍ୟାର ଦେଖା ଦେଇଛି ।

MSP ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରାଯାଇଛି । OSCSC ମାଧ୍ୟମରେ ଋଣ କରାଯାଇଛି । ଏଯାଏଁ ୬୦୩୯ କୋଟି ସବସିଡି ଅର୍ଥ ବକେୟା ଥିବାରୁ ଋଣ କରାଯାଇଛି । ଏସବୁ ନେଇ ଚିଠି ଲେଖି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.