ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

Published By : Prameya-News7 Bureau | December 08, 2021 IST

ଭୁବନେଶ୍ବର ୮।୧୨: ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ୬୮ ହଜାର ୩୬୫ ଟଙ୍କା । ୨୦୧୯-୨୦ରେ ଏକ କୋଟି ୩୧ ଲକ୍ଷ ୯୪ ହଜାର ୬୧୫ ଟଙ୍କାର ଜରିମନା ଆଦାୟ ହୋଇଛି । ଏହି ବର୍ଷ ୫୭୦୧ ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।

ସେହିପରି ୨୦୨୦-୨୧ରେ ୪୨୯୦ ମାମଲା ଓ ଜରିମନା ପରିମାଣ ଏକ କୋଟି ୧୧ ଲକ୍ଷ ୨୮ ହଜାର ୩୦୦ ଟଙ୍କା ।  ୨୦୨୧ ଅକ୍ଟୋବର ସୁଦ୍ଧା ୧୯୦୪ ମାମଲା ୪୦ ଲକ୍ଷ ୪୫ ହଜାର ୨୦ ଟଙ୍କା ଜରିମନା ଆଦାୟ ହୋଇଛି ।

୧୭୪ ସୁନା ଦୋକାନୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ୮୦ଟି ପେଟ୍ରୋଲ ପମ୍ପ୍ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୭.୨୫ ଲକ୍ଷ ଟଙ୍କା ଫାଇନ୍ ଆଦାୟ ହୋଇଛି । ୧୯୬ ମସଲା ଦୋକାନୀ, ୧୧୩ ପନିପରିବା ଦୋକାନୀ ଓଜନରେ ଠକିଛନ୍ତି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.