Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଭାରତ ବନ୍ଦକୁ ମନ୍ତ୍ରୀ ରାଜା ସ୍ବାଇଁଙ୍କ ସମର୍ଥନ , କହିଲେ ‘କେନ୍ଦ୍ର ସରକାରଙ୍କ ସବ୍‌କା ବିକାଶ ନାରା ଏବେ ସବ୍‌କା ବିନାଶ ହେଲାଣି’

7/01/2020 at 11:54 AM

ଭୁବନେଶ୍ବର ୭/୧: ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆସନ୍ତାକାଲି ଜାନୁୟାରୀ  ୮ରେ ଟ୍ରେଡ ୟୁନିୟନ୍ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ପ୍ରତିବାଦରେ ଦେଶବ୍ୟାପି ବନ୍ଦ ପାଳନ କରିବାକୁ ଯାଉଛନ୍ତି। ଏହି ବନ୍ଦକୁ ଖୋଲଖୋଲିଭାବେ ସମର୍ଥନ କରିବା ସହ ଟ୍ରେଡ ୟୁନିଅନଙ୍କ ଦାବି ଓ କ୍ଷୋଭ ସହ ସ୍ବର ମିଳାଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି ,‘ ଭାରତ ବନ୍ଦକୁ ଆମେ ସମର୍ଥନ କରୁଛୁ। ସାରା ଦେଶରେ ଦରଦାମ୍‌ ବୃଦ୍ଧି ସାଙ୍ଗକୁ ମାନ୍ଦାବସ୍ଥା ସୃଷ୍ଟି ହୋଇଛି’। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି ରଣେନ୍ଦ୍ର ପ୍ରତାପ। କହିଛନ୍ତି , ସବ୍‌କା ସାଥ୍ ସବ୍‌କା ବିକାଶ ଆହ୍ବାନ ନାରା ନେଇ କ୍ଷମତାକୁ ଆସିଥିଲେ କେନ୍ଦ୍ର ସରକାର। କିନ୍ତୁ ବର୍ତ୍ତମାନ ସବ୍‌କା ବିନାଶ ସ୍ଥିତି ଉପୁଜିଲାଣି।

ସୂଚନା ଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତି ବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ୮ ତାରିଖକୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ସିଟୁର ସାଧାରଣ ସମ୍ପାଦର ତପନ ସେନ କହିଛନ୍ତି,  ଦେଶର ଆର୍ଥିକ ସ୍ଥିତି ଖରାପ ହୋଇପଡ଼ିଛି ଏବଂ ଏଥିପାଇଁ କେନ୍ଦ୍ର ସରକରଙ୍କ ନୀତି ଦାୟୀ । ଏହା ସହ ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ଏବଂ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବେ। ଏହି ବନ୍ଦରେ ପାଖାପାଖି ୨୫କୋଟି ଲୋକେ ପ୍ରଭାବିତ ହେବେ ବୋଲି ଆନ୍ଦୋଳନ କରି ଯୁକ୍ତି ରଖୁଛନ୍ତି। ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କ ସହ ବିଭିନ୍ନ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି।

   Related Posts