ସାଲେପୁର ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ

Published By : Prameya-News7 Bureau | January 06, 2021 IST

ସାଲେପୁର ୬।୧: କଟକ ଜିଲ୍ଲା ସାଲେପୁର ନିର୍ବାଚନମଣ୍ଡଳୀ ଗସ୍ତ  କରିଛନ୍ତି ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ । ସାଲେପୁର ନିର୍ବାଚନ ମଣ୍ଡଳୀର ରାମେଶ୍ବରଠାରେ କୃଷକ ପରାମର୍ଶ କେନ୍ଦ୍ର, ରାମେଶ୍ବର ୧୨ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଉଦଘାଟନ, ରାମେଶ୍ବର ସ୍ବାସ୍ଥ୍ୟ କେନ୍ଦ୍ରରେ ୬ ଶଯ୍ୟା ବିଶିଷ୍ଟ ଗୃହର ଶୁଭ ଶିଳାନ୍ୟାସ  ସହ ୪ କୋଟି ଟଙ୍କା ବ୍ୟୟରେ କୁଣ୍ଡି ସେତୁର ଶୁଭ ଶିଳାନ୍ୟାସ କରିଛନ୍ତି ।

ମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭାନେତ୍ରୀ ଜ୍ୟୋତିରେଖା ନାୟକ, ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, ଫେଡରେଶନ ସଭାନେତ୍ରୀ ତୃପ୍ତିରେଖା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମରେ ଶତାଧିକ ବିଜେଡିକର୍ମୀମାନେ ଯୋଗ ଦେଇଥିଲେ । ସେତୁ ହେବାଦ୍ବାରା ମାହାଙ୍ଗା ଓ  ସାଲେପୁର ନିର୍ବାଚନ ମଣ୍ଡଳୀର ଜନସଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.