ସେଲଟର ହୋମ୍ କେଳେଙ୍କାରୀ ତନାଘନା : ଗୁଡ୍ ନ୍ୟୁଜ୍ ଇଣ୍ଡିଆର ସବୁ ଶାଖାର ଯାଞ୍ଚ ହେବ- ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୦୪|୧୨: ଗୁଡ୍‌ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍‌ ହୋମ୍ କେଳେଙ୍କାରୀ ନେଇ କଡା ଯାଞ୍ଚ ହେବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାସ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ରାଜ୍ୟ​‌ର ଥିବା ଗୁଡ୍‌ ନ୍ୟୁଜ୍ ଇଣ୍ଡିଆ ସଂସ୍ଥାର ସବୁ ଶାଖାର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଗଣମାଧ୍ୟମରେ ଫୈଜ୍‌ ରେହମାନଙ୍କ ଧର୍ମାନ୍ତରୀକରଣ ଭିଡିଓ ପ୍ରସାରଣ ପରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେହି ଭିଡିଓର ଯାଞ୍ଚ କରାଯିବ । ଗତକାଲି ଧର୍ମାନ୍ତରୀକରଣର ଭିଡିଓ ପ୍ରସାରଣ କରିଥିଲା ନ୍ୟୁଜ୭ । ଏହାସହ ଫୈଜଙ୍କ ବିଭିନ୍ନ ସମୟର ଭିଡିଓ ଏବଂ ଫଟୋ ମଧ୍ୟ ପ୍ରସାରଣ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ ଇଲାକାରେ ସ୍ବେଚ୍ଛାସେବୀ ସଂଗଠନ ଚଳାଇ ଫୈଜ୍ ରେହମାନ୍ ନିଜ ଚଳାଇଥିବା ଅଭିଯୋଗ ଆସିଛି । ଗୁଡ୍ ନ୍ୟୁଜ୍ ଇଣ୍ଡିଆର ୱେବସାଇଟ୍ ଦର୍ଶାଉଛି ଢେଙ୍କାନାଳ, ବାଲେଶ୍ବର, ଗଞ୍ଜାମ, ଗଜପତି ଏମିତି ୨୨ଟି ସ୍ଥାନରେ ଶାଖା ଚାଲିଛି । ଏହାଛଡ଼ା ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଚାଲିଛି କ୍ୟାମ୍ପ୍ । ଏ ସବୁ ଏବେ ସ୍କାନରକୁ ଆସିଛି। ଏସବୁ ସେବାଶ୍ରମକୁ କିଏ ଫଣ୍ଡିଙ୍ଗ କରୁଥିଲା ?  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥିଲା ନା ନାହିଁ ? ବେଆଇନ ଧର୍ମାନ୍ତରୀକରଣ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗର ଚେର କେଉଁଯାଏଁ ଲମ୍ବିଛି ସେନେଇ ଗୁମର ଫିଟାଇବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.