ମାର୍ଚ୍ଚ ପୂର୍ବରୁ ୧୬ ନୂଆ ଖଣିର ଲିଜ୍ ପ୍ରକ୍ରିୟା ଶେଷ ହେବ ; ୬ଟି ଖଣିର ଲିଜ୍ ବାତିଲ୍
4/12/2018 at 3:24 PM

ଭୁବନେଶ୍ବର ୦୪|୧୨: ୧୬ଟି ନୂଆ ଖଣିର ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ମାର୍ଚ୍ଚ ମାସ ପୂର୍ବରୁ ୧୬ଟି ନୂଆ ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ । କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ ପ୍ରକ୍ରିୟା ଶେଷ କରାଯିବ ବୋଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଜରିମାନା ଦେଇନଥିବା ୬ଟି ଖଣିର ଲିଜ୍ ବାତିଲ୍ ହୋଇଛି । ବାତିଲ ଖଣି ମଧ୍ୟରେ ରହିଛି ଭଞ୍ଜ ମିନେରାଲ ଲି. ଇଙ୍ଗାଣିଝରଣ ଲୁହାପଥର ଓ ମାଙ୍ଗାନିଜ ଖଣି, ଏଚ୍ଜି ପାଣ୍ଡ୍ୟା ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ ଖଣି, ଏମ୍ଆର ଦାସ ଦେଓଝର ଲୁହାପଥର ଖଣି, ମିନେରାଲ ଟ୍ରେଡି˚ ସିଣ୍ଡିକେଟ ଭୋଳବେଡ଼ା ଲୁହାପଥର ଖଣି, ଅର୍ଜୁନଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ ଖଣି ଏବ ବିଡି ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି ।
ଏଯାଏଁ ୩୧ଟି ଖଣି ମାଲିକ ଜରିମାନା ଦେବାରେ ଖିଲାପ କରିଥିବାବେଳେ ସେଥିରୁ ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଆଣିଥିବା ମନ୍ତ୍ରୀ କହିଛନ୍ତି ।