Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନାକୁ ହରାଇବା ପାଇଁ ମନ୍ତ୍ରୀଙ୍କ ନୂଆ ଫଣ୍ଡା, ବିନା ମାସ୍କରେ ଏୟାରପୋର୍ଟରେ କଲେ ଦେବୀ ପୂଜା

10/04/2021 at 5:53 PM

ଭୋପାଳ ୧୦/୪: ଦେଶରେ କରୋନା ଭୂତାଣୁର ପ୍ରକୋପକୁ ଦେଖି ସରକାର ବିଭିନ୍ନ ପ୍ରକାର କଟକଣା ଲଗାଉଛନ୍ତି। ରାଜ୍ୟ ସରକାର ନିଜ ଅନୁସାରେ  କରୋନା ସଂକ୍ରମଣ ସହ ଲଢ଼େଇ କରୁଛନ୍ତି। ଅନ୍ୟପଟେ କରୋନା ଟିକାକରଣ ଅଭିଯାନ ମଧ୍ୟ ଚାଲିଛି। କିନ୍ତୁ ଏହାରି ଭିତରେ କିଛି ନେତା-ମନ୍ତ୍ରୀ  କରୋନା ଭୂତାଣୁକୁ ହରାଇବା ପାଇଁ ନିଆରା ଉପାୟ ଅବଲମ୍ବନ କରୁଛନ୍ତି। ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଏମିତି କିଛି କରିଥିବା ଦେଖିବାକୁ ମିଳିଛି।

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ଉଷା ଠାକୁର ଇନ୍ଦୋର ଏୟାରପୋର୍ଟରେ ବିନା ମାସ୍କରେ ଦେବୀ ପୂଜା କରୁଥିବାର ଫଟୋ ଏବଂ ଭିଡିଓ ନଜରକୁ ଆସିଛି। ଇନ୍ଦୋରର ମହୁ ସିଟ୍‌ର ବିଧାୟକ ଉଷା ଏୟାରପୋର୍ଟର ନିର୍ଦେଶକ ଏବଂ ଅନ୍ୟ କର୍ମଚାରୀଙ୍କ ସହ ମିଶି କରୋନାକୁ ହରାଇବା ପାଇଁ ଦେବୀ ପୂଜା କରିଛନ୍ତି। ସେପଟେ ଉଷା ଠାକରୁ କେବେ ବି ମାସ୍କ ପିନ୍ଧନ୍ତି ନାହିଁ ବୋଲି ତାଙ୍କ ସମାଲୋଚକ ଅଭିଯୋଗ କରୁଛନ୍ତି।

ଏନେଇ ତାଙ୍କୁ ପ୍ରଶ୍ନ ମଧ୍ୟ କରାଯାଇଥିଲା। ସେ ସବୁ ବେଳେ ହୋମ ଏବଂ ହୁନୁମାନ ଚାଳିଷା ପାଠ କରୁଥିବାରୁ ତାଙ୍କୁ ମାସ୍କ ପିନ୍ଧିବା ଦରକାର ପଡ଼ୁନି ବୋଲି ଉଷା ଠାକୁର କହିଥିଲେ। ଗାଈ ଗୋବରରୁ ପ୍ରସ୍ତୁତ ଘସିରେ ହୋମ କଲେ ଘର ୧୨ ଘଣ୍ଟା ପିବିତ୍ର ରହିଥାଏ ବୋଲି ସେ ପୂର୍ବରୁ ଦାବି କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ ଗୋ କରୋନା ଗୋ କରୋନା କହି କରୋନାକୁ ଘଉଡ଼ାଉଥିବାର ଭିଡିଓ ଭାଇରାଲ୍‌ ହୋଇଲା। ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁ ୧୦ ଜିଲ୍ଲାରେ ୮୪ ପ୍ରତିଶତରୁ ଅଧିକ କରୋନା ମାମଲା ରହିଛି ସେଥିରେ ମଧ୍ୟପ୍ରଦେଶ ସାମିଲ ଥିବା ମଧ୍ୟ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହାରି ଭିତରେ ମନ୍ତ୍ରୀ ଉଷା ଠାକୁରଙ୍କ ପୂଜା ପାଠ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts