Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମନ୍ତ୍ରୀ ମାନିବାକୁ ନାରାଜ, ବିରୋଧୀ କିନ୍ତୁ ଛାଡୁନାହାନ୍ତି : ତେଜିଲା ଇସ୍ତଫା ଓ ଦୃଷ୍ଟାନ୍ତ ଦାବି

29/01/2020 at 4:47 PM

ଭୁବନେଶ୍ବର ୨୯/୦୧ –  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହୁଛନ୍ତି ସେ କରିନାହାନ୍ତି ଭୁଲ । ସତ୍ୟପାଠରେ ଭୁଲ ତଥ୍ୟ ଦେଇନାହାନ୍ତି । ବିଧାନସଭା ନିର୍ବାଚନରେ ଦାଖଲ ପ୍ରାର୍ଥୀପତ୍ରରେ ସଂଲଗ୍ନ ସତ୍ୟାପାଠରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।  ଏହି ଅଭିଯୋଗକୁ ଗ୍ରହଣ କରି ପଦ୍ମନାବହ୍କ ବିରୋଧରେ ଏତଲା ରୁଜୁ ଲାଗି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ କିନ୍ତୁ ପଦ୍ମନାଭ କହୁଛନ୍ତି, ତାଙ୍କ ବିରୋଧରେ ଆଗତ ଅଭିଯୋଗ ସଂପୂ୍ଣ୍ଣ ମିଛ ।  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିବା ପଦ୍ମନାଭ ବେହେରା କହିଛନ୍ତି , “  ମୁଁ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇନାହିଁ। ୨୦୦୪ ଓ ୨୦୧୯ ସତ୍ୟପାଠରେ ଯାହା ଦେଇଥିଲି ତାହା ଠିକ୍‌ ।ଶିକ୍ଷାଗତ ଯୋଗ୍ୟତା ନେଇ  ମଧ୍ୟ ଭୁଲ୍ ତଥ୍ୟ ଦେଇନାହିଁ । ମୋ ନାଁରେ ମିଥ୍ୟା ଅଭିଯୋଗ ଅଣାଯାଇଛି । “  ଏପରି ଅଭିଯୋଗ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ । ସେ ଆହୁରି ବି କହିଛନ୍ତି, ତାଙ୍କ  ବିରୋଧରେ ଯିଏ ଅଭିଯୋଗ ଆଣିଛନ୍ତି , ସେ ହିଁ ତାଙ୍କ  ବିଧାୟକ ହେବାକୁ ଚାହୁଁଥିଲେ । କିନ୍ତୁ ବିଫଳ ହେଲେ । ଆଉ ସେଥିଲାଗି ସେ  ଏବେ ମିଛ ଅଭିଯୋଗ କରିଛନ୍ତି ।

ଏପଟେ କିନ୍ତୁ ବିରୋଧି ନଛୋଡବନ୍ଧା । ମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ ଲାଗି ଉଚ୍ଚ ଅଦାଲତ କହିବାପରେ , ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । କଂଗ୍ରେସ କହିଛି, ମନ୍ତ୍ରୀ ଆଗ ଇସ୍ତଫା ଦିଅନ୍ତୁ ।କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ତାଙ୍କ ପଦରୁ ଇସ୍ଥଫା ଦିଅନ୍ତୁ । ନହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ  ହସ୍ତକ୍ଷେପ କରନ୍ତୁ । ସାଲୁଜାଙ୍କ  ଯୁକ୍ତି ହେଲା, ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗର  ସତ୍ୟାସତ୍ୟ  ଅନୁଭବ କରିଛନ୍ତି ହାଇକୋର୍ଟ । ସେଥିପାଇଁ ତାଙ୍କ ବିରୋଧରେ ଏତଲା ରୁଜ୍ଜୁ ଲାଗି  ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ବିଜେପି ଆଉ ପାଦେ ଆଗେଇଯାଇ କହିଛି,ନିର୍ବାଚନ କମିଶନ ଏପରି ମିଥ୍ୟା ଅବା ଭୁଲ ତଥ୍ୟ ଥିବା ସତ୍ୟପାଠ ପ୍ରସଙ୍ଗରେ  ତର୍ଜମା କରନ୍ତୁ। ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ତାଙ୍କ  ପ୍ରତିକ୍ରିୟାରେ କହିଛନ୍ତି, “ ପଦ୍ମନାଭଙ୍କ ସତ୍ୟାପାଠକୁ ନିର୍ବାଚନ କମିଶନ ତର୍ଜମା କରିବା ଉଚିତ।ମିଥ୍ୟା ସତ୍ୟପାଠ ମାମଲାରେ କାର୍ଯ୍ୟାନୁଷ୍ଠାନ ଜରୁରି ଅଟେ। କାରଣ ଏହା ହେଲେ ଏଭଳି ହେଲେ ମିଥ୍ୟା ସତ୍ୟପାଠ ଦେବାକୁ ଆଉ  କେହି ସାହାସ କରିବେନାହିଁ ।“

  ସୂଚନା ଯୋଗ୍ୟ ଯେ, ସତ୍ୟପାଠରେ ନିଜ ବୟସ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ଭୁଲ ତତ୍ୟା ଦେଇଥିବା ଅଭିଯୋଗ ହୋଇଥିଲା । ବୀରମହାରାଜପୁର ଅଞ୍ଚଳର ଭଗବାନ ବାଗ୍‌ଙ୍କ  ଆବେଦନ ଭିତ୍ତିରେ ହାଇକୋର୍ଟ ଏହି ମାମାଲାରେ ପଦ୍ମନାଭଙ୍କ ବିରୋଧରେ ଏତଲା ରୁଜ୍ଜୁଲାଗି ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ।

 ତେବେ ଏହାର ଦୁଇ ଦିନ ଆଗରୁ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ମନ୍ତ୍ରୀ ପଦ୍ମନାଭ । କେନ୍ଦୁଝରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ଷ୍ଟାଡିୟମ ପଡିଆରେ ଆୟୋଜିତ ହେଉଥିଲା ଉତ୍ସବ । ମନ୍ତ୍ରୀ ମଞ୍ଚଉପରକୁ ଚଢି ପତାକା ଉତ୍ତୋଳନ କରିବା ପୂର୍ବରୁ ମଞ୍ଚ ତଳେ ତାଙ୍କ ଜୋତା ଖୋଲି ଦେଇ ଯାଇଥିଲେ । ମନ୍ତ୍ରୀ ପତାକା ଉତ୍ତୋଳନ ପରେ ମଞ୍ଚ ତଳେ ଥିବା ତାଙ୍କ ଜୋତା ପିନ୍ଧିବାକୁ ଚାହିଁଥିଲେ । ହଠାତ୍‌ ସେହି ସମୟରେ ମନ୍ତ୍ରୀ ଜୋତା ପାଇଁ ଚାହୁଁଥିବା ଦେଖି ଜଣେ ସହଯୋଗୀ  ମନ୍ତ୍ରୀଙ୍କ ଜୋତାକୁ ହାତରେ ଧରି ଆଣି ମନ୍ତ୍ରୀଙ୍କ ଗୋଡ ପାଖରେ ରଖିଥିଲେ । ମନ୍ତ୍ରୀ ତାହା ପିନ୍ଧି ଚାଲିଯାଇଥିଲେ । ଯୋତା ଆଣି ଦେଇଥିବା ବ୍ୟକ୍ତି କିଏ , ତାହା ସ୍ପଷ୍ଟ ହୋଇନି । କିନ୍ତୁ ବିବାଦ ଜାରି ରହିଛି ।

   Related Posts