ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ କନ୍ୟା ଜନ୍ମ ଦେବା ଘଟଣା: ମନ୍ତ୍ରୀ ରମେଶ ମାଝି ଦେଲେ ତଦନ୍ତ ନିର୍ଦ୍ଦେଶ, ଥାନାରେ ଅଭିଯୁକ୍ତ ଅଟକ

Published By : Prameya-News7 Bureau | January 13, 2019 IST

ଦାରିଙ୍ଗବାଡି ୧୩/୧ : ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ କନ୍ୟା ଜନ୍ମ ଦେବା ଘଟଣାରେ ଆକ୍ସନ ନେଇଛନ୍ତି ମନ୍ତ୍ରୀ | ନ୍ୟୁଜ ୭ ଖବର ପ୍ରସାରଣ ପରେ ଆକ୍ସନ ନେଲେ ମନ୍ତ୍ରୀ | ଘଟଣାକୁ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ରମେଶ ମାଝୀ |
କନ୍ଧମାଳ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ରମେଶ ମାଝୀ |

{"id":73417}

ସେପଟେ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଦାରିଙ୍ଗବାଡି ଥାନାରେ ଅଟକ ରଖିଛି ପୋଲିସ | ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ଅଭିଯୁକ୍ତ ଶ୍ରବଣ କୁମାର ଦାରିଙ୍ଗବାଡି କଲେଜର ଛାତ୍ର | ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି | ପୀଡିତା ଛାତ୍ରୀଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି |

{"id":73418}

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳନା କରୁଥିବା ଏହି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି | ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ନହୋଇପାରିବାରୁ ଉତ୍ୟକ୍ତ ଲୋକେ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ |

{"id":73419}

ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ସ୍କୁଲ ଭିତରେ ପୋଲିସ ମୁତୟନ କରାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ନାବାଳିକା ଏଭଳି ଲଜ୍ଜାର ଶିକାର କେମିତି ହେଲେ ? ଏଥିପାଇଁ ଦାୟୀ କିଏ ? ଏତେ ଦିନ ଯାଏଁ ହଷ୍ଟେଲ; ୱାଡେନ ଜାଣିପାରିଲେଣି କିପରି ? ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଅଛି କି ? ନାବାଳିକା ଶିଶୁ କନ୍ୟାକୁ ଜନ୍ମ ଦେବାପରେ ଏହିସବୁ ପ୍ରଶ୍ନ ସୃଷ୍ଟି ହୋଇଛି | ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଆବାସିକରେ ସ୍କୁଲରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି |

{"id":73420}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.