ଲୋକଙ୍କ ଦୁଃଖ ବୁଝିବାକୁ ଟ୍ରାକ୍ଟରରେ ଆସିଲେ ମନ୍ତ୍ରୀ, ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ

Published By : Prameya-News7 Bureau | January 27, 2021 IST

କଳାହାଣ୍ଡି ୨୭।୧: ଲୋକଙ୍କ ଦୁଃଖ ବୁଝିବା ପାଇଁ ଟ୍ରାକ୍ଟରରେ ଆସିଲେ ମନ୍ତ୍ରୀ । ଟ୍ରାକ୍ଟରରେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲିଛନ୍ତି ଜଳସେଚନ ମନ୍ତ୍ରୀ ।

କଳାହାଣ୍ଡି କେସିଙ୍ଗା ତେଲ ନଦୀର ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କ ଦୁଃଖ ବୁଝିବା ପାଇଁ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାଶ ଟ୍ରାକ୍ଟରରେ ନର୍ଲା ବିଧାୟକଙ୍କ ସହ ନଦୀ ଖଣ୍ଡି ଅଞ୍ଚଳ ବୁଲି ଦେଖିଛନ୍ତି । ଏ ଅଂଚଳରେ ବହୁ ଦିନରୁ ତେଲ ନଦୀ  ବନ୍ୟା ଯୋଗୁଁ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହୋଇ ଆସୁଛନ୍ତି। ଆଡିବନ୍ଧ ନ ଥିବାରୁ ହଜାର ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଥିଲେ ।

କେସିଙ୍ଗା ବ୍ଲକ କାନ୍ତେଶୀର, କଶୃପଡା, ନୂନମାଠ ଅଞ୍ଚଳ ଲୋକେ ଚିରସ୍ରୋତା ନଦୀ ରହିଥିଲେ ସୁଦ୍ଧା ରବି ଋତୁରେ ପାଣି ପାଉ ନାହାନ୍ତି । ସେଥିପାଇଁ ଏକ ନଦୀ ବନ୍ଧ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.