କରୋନା ପାଇଁ ଲକ୍ଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀରେ କଟକଣା ନାହିଁ, ଓମ୍ଫେଡ୍ କ୍ଷୀର ପ୍ରଚୁର ମାତ୍ରାରେ ଉପଲବ୍ଧ
24/03/2020 at 2:22 PM

ଭୁବନେଶ୍ବର ୨୪।୦୩: ସାରାଦେଶରେ ଏବେ କରୋନା ଭାଇରସ ବ୍ୟାପିବାର ଲାଗିଛି । କରୋନା ଭାଇରସ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାର ଦୃଷ୍ଟି ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାର ଅତ୍ୟାବଶକୀୟ ସାମଗ୍ରୀ ଉପରେ କଟକଣା ଜାରି କରାଯାଇନାହିଁ । ତେବେ ରାଜ୍ୟରେ ଏଭଳି ସ୍ଥିତିରେ କ୍ଷୀର ବିକ୍ରି କମିଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମାନ୍ୟବର କୃଷି ମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ ଅରୁଣ ସାହୁ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ରାଜ୍ୟରେ ଲୋକମାନେ ବହୁ ସଂଖ୍ୟାର କ୍ଷୀର କିଣୁନାହାନ୍ତି । ରାଜ୍ୟରେ ଲାଗିଥିବା କଟକଣା ମଧ୍ୟରୁ ଓମ୍ଫେଡ୍ କ୍ଷୀରକୁ ବାଦ୍ ଦିଆଯାଇଛି । ତାପରେ ମଧ୍ୟ କ୍ଷୀର ବିକ୍ରିରେ ମାନ୍ଦା ଦେଖାଦେଇଛି । ତେଣୁ ଓମ୍ଫେଡ୍ କ୍ଷୀରକୁ ପ୍ରଚୁର ମାତ୍ରାରେ କିଣନ୍ତୁ ଏବଂ ପିଅନ୍ତୁ । କାରଣ ଏହା ଏକ ପୃଷ୍ଟିକର ଖାଦ୍ୟ । କ୍ଷୀରରେ ଭିଟାମିନ୍ ଏ , ଭିଟାମିନ୍ ବି ଟୁ , ମିନେରାଲ, କ୍ୟାଲସିୟମ ,ପୋଶକତତ୍ତ୍ୱ ବିପୁଳ ପରିମାଣରେ ଅଛି । ବର୍ତ୍ତମାନ ସ୍ଥିତିରେ ନିଜକୁ ସୁସ୍ଥ ରଖନ୍ତୁ ଏବଂ କରୋନା ବିରୋଧରେ ଲଡେଇ ଜାରି ରଖନ୍ତୁ ।