Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜଙ୍ଗଲ ବିଭାଗ ପ୍ରସ୍ତାବ ଉପରେ ଜଳ ସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ- ପ୍ରସ୍ତାବ ଆସିଲେ ସବୁ ଦିଗକୁ ବିଚାର କରି ନିଆଯିବ ପଦକ୍ଷେପ

30/09/2021 at 6:08 PM

ଭୁବନେଶ୍ବର ୩୦।୯: ମୁଣ୍ଡୁଳି ବ୍ୟାରେଜରେ ପାଣିରେ ଭାସି ହାତୀ ମୃତ୍ୟୁ ପରେ ଏପରି ଘଟଣାକୁ ରୋକିବା ଲାଗି ଜଙ୍ଗଲ ବିଭାଗର ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଛନ୍ତି ଜଙ୍ଗଲ ବିଭାଗ ହୁଏତ ଏପରି କିଛି ଯୋଜନା କରୁ ଥାଇପାରେ । ହୁଏତ ପିସିସିଏଫଙ୍କ ମାନସିକତାରେ ଏହା ଥାଇପାରେ । ମାତ୍ର ଏ ନେଇ ଆମ ପାଖକୁ କୌଣସି ପ୍ରସ୍ତାବ ଆସିନାହିଁ । ଯଦି କୌଣସି ପ୍ରସ୍ତାବ ଆସିବ ତେବେ ତାହାର ଫିଜିବିଲିଟ ଦେଖି ନିଷ୍ପତ୍ତି ନିଆଯିବ । ସବୁ ଦିଗକୁ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ । ହାତୀ ଜଳପଥ ଦେଇ ଆବାହନ କାଳରୁ ଯିବା ଆସିବା କରୁଛନ୍ତି । ଯେଉଁ ସମୟରେ ନଦୀରେ ପ୍ରଖର ସ୍ରୋତ ଥିବ ସେହି ସମୟରେ କିଛି ଅଘଟଣ ଘଟିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମିତି କିଛି ଅଘଟଣ ଘଟିଥାଏ । ମାତ୍ର ଏପରି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକତା ଦେଖି ପଦକ୍ଷେପ ବା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ  କହିଛନ୍ତି ।

   Related Posts