ଚାଷୀ ବେଶରେ କୃଷି ମନ୍ତ୍ରୀ: ମୁଣ୍ଡରେ ଧଳା ପଗଡ଼ି ଆଉ ମୁହଁରେ ଧଳା ମାସ୍କ ପିନ୍ଧି କଳାବଜାରୀଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲେ
22/06/2020 at 10:03 PM

ମୁମ୍ବାଇ୨୨/୬: ମହାରାଷ୍ଟ୍ର କୃଷିମନ୍ତ୍ରୀ ଦାଦାଜୀ ଭୁଷେଙ୍କ କାର୍ଯ୍ୟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାରେ । କୃଷକ ବେଶରେ ଯାଇ ସାର କଳାବଜାରୀଙ୍କୁ ଧରିବା ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏ ସବୁ କିଛି କିନ୍ତୁ କ୍ୟାମେରାରେ କଏଦ ହୋଇଛି।
ଚାଷୀ ବେଶରେ କୃଷି ମନ୍ତ୍ରୀ । ଧଳା ସାର୍ଟ,ମୁଣ୍ଡରେ ଧଳା ପଗଡ଼ି ଆଉ ମୁହଁରେ ଧଳା ମାସ୍କ। ସ୍କୁଟର ଚଢ଼ି ବାହାରିଛନ୍ତି ମହାରାଷ୍ଟ୍ରର କୃଷିମନ୍ତ୍ରୀ ଦାଦାଜୀ ଭୁଷେ। କୃଷକ ବେଶଭୁଷାରେ ଔରଙ୍ଗାବାଦ ଯାଦବମଣ୍ଡି ଅଞ୍ଚଳର ନବଭାରତ ଫର୍ଟିଲାଇଜର୍ସ ନାମକ ଏକ ଦୋକାନରେ ପହଞ୍ଚିଥିଲେ। ମାଗିଥିଲେ ୟୁରିଆ। ସାର ଷ୍ଟକ ଥାଇବି ମନା କରିଦେଇଥିଲେ ଦୋକାନୀ । ମିଳିବ କିନ୍ତୁ କିଲୋ ୩ଶହ ଟଙ୍କା ଦାବି କରିଥିଲେ। ଆମ୍ବିଆନ୍ସ
ସାର ଖୋଜୁଥିବା ବ୍ୟକ୍ତି ଯେ କୃଷି ମନ୍ତ୍ରୀ, ଏକଥା ଜାଣିପାରିନଥିଲେ ଦୋକାନୀ । ଖବର ପାଇ ପହଞ୍ଚି ଯାଇଥିଲେ କୃଷି ବିଭାଗର ବରିଷ୍ଠ ଅଧିକାରୀ । ଆଉ ମୁହଁରୁ ମାସ୍କ ଖୋଲିଥିଲେ କୃଷିମନ୍ତ୍ରୀ ଦାଦାଜୀ ଭୁଷେ। ଆମ୍ବିଆନ୍ସ। ଆରମ୍ଭ ହୋଇଥିଲା ଷ୍ଟକ୍ ଯାଞ୍ଚ୍ । ନବଭାରତ ଫର୍ଟିଲାଇଜର୍ସ ସହ ସବୁ ଟ୍ରେଡର୍ସଙ୍କ ଷ୍ଟକ୍ ଯାଞ୍ଚ୍ କରାଯାଉଛି । ଭିତରେ ମା ଲ ମହଜୁଦ ଆଉ ଚାଷୀଙ୍କୁ ଭଣ୍ଡଉଥିଲେ ବେପାରୀ । ଚଢା ଦରରେ ସାର ବିକ୍ରି ନେଇ ବହୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କୁ ଧରିବା ଲାଗି ନିଜେ ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି।
ନାୟକ ଫିଲ୍ମର ଅନୀଲ କପୁର ଭଳି ମନ୍ତ୍ରୀଙ୍କ ସ୍ପଟ ଭିଜିଟ୍ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀଙ୍କ ରେଡ୍ ପରେ ଏହାର ପ୍ରମାଣ ମିଳିଯାଇଛି, ସାରର କଳାବଜାରୀ ହେଉଛି । ତୁରନ୍ତ କୃଷି ବିଭାଗର କ୍ବାଲିଟି କଣ୍ଟ୍ରୋଲ ଅଫିସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଇଛି । କଳା ବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଦାଦାଜୀ ଭୁଷେଙ୍କ ଭଳି ସେମାନଙ୍କ ବିଭାଗରେ କ’ଣ ଚାଲିଛି ତାହା ଜାଣିବାକୁ ଅଚାନକ ଚଢାଉ କରନ୍ତୁ ବୋଲି ମତ ପ୍ରକାଶ ପାଇଛି।