Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୋଭିଡ କବଳରେ ହେବିଓ୍ୱେଟ୍ : ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାଂସଦ ଜୁଏଲ ଓରାମ ଓ ବିଶେଶ୍ୱର ଟୁଡୁ କରୋନାରେ ଆକ୍ରାନ୍ତ

25/04/2021 at 1:49 PM

ଭୁବନେଶ୍ୱର ୨୫/୪: ଦେଶା ତଥା ସାରା ରାଜ୍ୟକୁ କଲବଲ କରୁଛି ମହାମାରୀ କରୋନା । ଭୂତାଣୁ କବଳରେ ବାଦ୍ ପଡିନାହାନ୍ତି ସାଂସଦ, ମନ୍ତ୍ରୀ ଓ ବଡ ବଡ ନେତା । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ୍ କୋଭିଡ ସଂକ୍ରମିତ ହୋଇଛନ୍ତି । ତାଙ୍କ ଠାରେ ଲକ୍ଷଣ ଦେଖାଦେବାରୁ ସେ ନିଜର ପରୀକ୍ଷା କରାଇଥିଲେ । ରିପୋର୍ଟ ଆସିବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ନିଜେ ଏହା କହିଛନ୍ତି । ସେ କହିଛନ୍ତି ଯଦି କେହି ମୋ ସଂସ୍ପର୍ଶରେ ଆସିଛନ୍ତି ନିଜର ଟେଷ୍ଟ କରାଇନିଅନ୍ତୁ ।

ସେହିଭଳି ମୟୁରଭଞ୍ଜ ସାଂସଦ ତଥା ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ସମ୍ପାଦକ ଇଂ ବିଶେଶ୍ୱର ଟୁଡୁଙ୍କୁ ଛାଡିନି ମହାମାରୀ । ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାବ ପରୀକ୍ଷା ପରେ ସେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି । ସେ ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରଚାର ସାରି ବାରିପଦା ଫେରିବା ପରେ ଅସୁସ୍ଥ ହୋଇପଡିଥିଲେ । ଗତ ବୁଧବାର ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମସକୁ ଅଧିକ ପରୀକ୍ଷା ପାଇଁ ଆସିଥିଲେ ।

ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବି କରୋନା ଆକ୍ରାନ୍ତ ହୋଇଛନ୍ତି । ନିଜ ସୋସିଆଲ ଆକାଉଣ୍ଟରେ ସେ ନିଜେ ଜନସାଧାରଣଙ୍କୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ସଂଗରୋଧରେ ରହିଛନ୍ତି । ତେବେ ଯଦି କେହି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର ଯାଞ୍ଚ କରାଇନିଅନ୍ତୁ । ଦରକାର ପଡିଲେ ସଂଗରୋଧରେ ରହିବାକୁ ସେ କରିଛନ୍ତି ନିବେଦନ । ସୂଚନା ଥାଉକି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର କୋଭିଡ ମହାମାରୀର ଶିକାର ହୋଇଛନ୍ତି । ବର୍ତ୍ତମାନ କିଛିଦିନ ହେବ କ୍ୱାରେଣ୍ଟାଇନରେ ରହୁଛନ୍ତି । ନିକଟରେ ପିପିଲିର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଭାଇରସରେ ମୃତ୍ୟୁ ହୋଇଥିଲା । ତାଙ୍କ ପରେ ତାଙ୍କ ମାଆ ମଧ୍ୟ କରୋନାରେ ଆଖି ବୁଝିଥିଲେ ।   

   Related Posts