ଫୋନ ଭାଇରାଲ କଲାଣି ଛାନିଆ: କଲ୍ ରିସିଭ୍ କରିବାକୁ ଡରୁଛନ୍ତି ମନ୍ତ୍ରୀ-ବିଧାୟକ, କୋଡ୍ ୱାର୍ଡରେ ହେଉଛନ୍ତି କଥା
6/12/2020 at 6:04 PM

ଭୁବନେଶ୍ୱର ୦୬/୧୨ : ଫୋନ କଲ ଭାଇରାଲ ପାଇଁ ଅଡୁଆରେ ମନ୍ତ୍ରୀ ବିଧାୟକ ଠାରୁ ଆରମ୍ଭ କରି ନେତା ଓ ଅଫିସର। ଫୋନରେ କାହାକୁ କଣ କହିଲେ ଭାଇରାଲ ହେଇଯାଉଛି। ଯେଉଁଥିପାଇଁ ବିବାଦ ଘେରକୁ ଆସିଯାଉଛନ୍ତି।ଏଭଳି ଭାଇରାଲକୁ ଦେଖି କିଛି ନେତାଙ୍କ କହିବା କଥା ହେଲା ଫୋନ କଲାବେଳ ସଂଜତ ହେବାକୁ ପଡିବ ନଚେତ ଅବସ୍ଥା ହେବ ଖରାପ।
ଫୋନ ଭାଇରାଲ ଛାନିଆ କଲାଣି। ଯାହାର ଅଡିଓ ବାହାରେ ବୁଲୁଛି ସେ ତ ପ୍ରମାଦ ଗଣିଲାଣି। ଆଉ କିଛି ନେତା ଅଫିସର ଅନନୋନ ନମ୍ବର ଦେଖିଲେ ଫୋନ ଉଠାଉନାହାନ୍ତି। ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ଅଫିସର ଫୋନରେ କଥା ହେବାକୁ ଡରିଲେଣି। ନିକଟରେ ଫୋନ୍ କଲ୍ ଅଡ଼ିଓ ଭାଇରାଲକୁ ନେଇ କେତେକ ନେତା ବିବାଦରେ ଛନ୍ଦି ହୋଇଛନ୍ତି। ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଏବେ ପ୍ରମାଦ ଗଣୁଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଜଣେ ଲୋକଙ୍କ ସହ କଥା ହେଉଥିବା ରେକର୍ଡିଂ ଏବେ ଘୁରି ବୁଲୁଛି।
କୃଷି ମନ୍ତ୍ରୀ ଅରୁଣ ସାହୁ ଫୋନ ରେକଡିଂ ପାଇଁ ଅଡୁଆରେ ପଡିଥିବା ବେଳେ ଆଇପିଏସ ଅରୁଣ ବୋଥ୍ରା ବି ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ସେମିତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ଫୋନ ରେକର୍ଡିଂ ବିରୋଧରେ ଏତଲା ରୁଜୁ କରିଛନ୍ତି। କାଳେ କିଏ କଲ ରେକର୍ଡିଂ କରିବ ଏଥିପାଇଁ ଅନେକ ତ ଲକ୍ଷ ଲକ୍ଷ ଟଙ୍କାର ହାଇଫାଇ ଦାମୀ ବ୍ରାଣ୍ଡ ମୋବାଇଲ ଧରୁଛନ୍ତି ସେଥିରେ ବି ଏବେ ଭରସା ପାଉନି। ସଭିଙ୍କୁ ଡର ଫୋନ୍ କଥା ରେକର୍ଡିଂ ହେଉନି ତ ? ଯଦି ଭାଇରାଲ ହୋଇଗଲା ତେବେ ଜୀବନ ମାଟି। ଡର ଏମିତି ଘାରିଲାଣି ଯେ ଫୋନ୍ ରେ ଯେବେ ବି କଥା ହେଉଛନ୍ତି କୋଡ୍ ୱାର୍ଡରେ। ନାଁ ନ ଧରି କାହାକୁ ଏଏସ୍ ତ କାହାକୁ ପିପି… କାହାକୁ ଭାଇରସ୍ … ପୁଣି କାହାର ନାଁ ବଦଳରେ ମ୍ୟାଡାମ୍ କହୁଛନ୍ତି।
କୋଡ ୱାର୍ଡରେ କଥା ହେଉଛନ୍ତି ନେତାଏ। କାଳେ କିଏ ଫୋନ ରେକର୍ଡିଂ କରି ଭାଇରାଲ କରିଦେବ ସେନେଇ ସତର୍କ ହୋଇଯାଇଛନ୍ତି, ତତଆପି ମନରେ ରହିଛି ଭୟ। କିଛି ତ ଏବେ ଫୋନ ଉଠାଉନାହାନ୍ତି।
ଏପଟେ କିନ୍ତୁ କିଛି ନେତା ଏକଥାକୁ ଅସ୍ବିକାର କରିଛନ୍ତି। ବିରୋଧୀ ଦଳ ନେତା କହିଛନ୍ତି। ଡର ନାହିଁ। ଏବେ ସମସ୍ତଙ୍କ ଫୋନରେ ରେକର୍ଡିଂ ବ୍ୟବସ୍ଥା ଅଛି। କଥା ହେବା ବେଳେ ସଂଜତ ହେବାକୁ ପଡୁଛି। ଯଦି ସେହ ହିସାବରେ କଥା ନହେଲେ ଅଡୁଆ। ଏପଟେ କିନ୍ତୁ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି କ୍ରିମିନାଲ ଏବଂ ଚାନ୍ଦା ଆଦାୟ ପାଇଁ କାହାକୁ ଫୋନ କଲେ ଭୟ ଲାଗିବ। କିନ୍ତୁ ଗରିବ ଓ ଖଟିଖିଆଙ୍କ କାମ ପାଇଁ ଫୋନ କଲେ କିଛି ଅସୁବିଧା ନାହିଁ।
କାହାର କେତେବେଳ ପାଳିପଡ଼ିବ କହିହେବନି। ସୋସିଆଲା ମିଡିଆରେ ଏହି ଫୋନ ରେକଡିଂ ଭାଇରାଲ ଉତ୍ତର ଦାୟୀ ହେବାକୁ ପଡୁଛି। ଯେଉଁଥିପାଇଁ ସେମାନେ ଅସୁବିଧାରେ ପଡୁଛନ୍ତି।